ପୃଷ୍ଠା:Aama Parala Gajapati.pdf/୨୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତାହାକୁ ଏକ ଚ୍ୟାଲେଞ୍ଜ ରୂପେ ସେ ଗ୍ରହଣ କରିନେଇ ଭବିଷ୍ୟତରେ ସେଠାରେ ପଶୁ ଶିକାର କରିବାକୁ ଅଭିଳାଷ ପୋଷଣ କରିଥିଲେ । ରାଜ୍ୟଭିଷେକ ବେଳେ କେବଳ ନାମକୁ ମାତ୍ର ସଂକଳ୍ପ କରିବା ଉଦ୍ଦେଶ୍ୟରେ ତାହା ସେ କରି ନଥିଲେ, ସମୟକ୍ରମେ ଆନ୍ତରିକତାର ସହିତ ସେହି ସଂକଳ୍ପଗୁଡ଼ିକୁ ପୁରଣ ମଧ୍ୟ କରିଥିଲେ ।

ରାଜ୍ୟଭିଷେକ ଭଳି ପରମ ପୁଣ୍ୟ ଅବସରରେ ଦାନକୁ ଏକ ମହତ କାର୍ଯ୍ୟ ରୂପେ ବିବେଚନା କରାଯାଇଥାଏ । ମହାରାଜା କୃଷ୍ଣଚନ୍ଦ୍ର ମଧ୍ୟ ସେତିକିବେଳେ ଅନେକ କିଛି ଦାନ କରିଥିଲେ । ତନ୍ମଧ୍ୟରେ ଅଗ୍ରଗଣ୍ୟ ଥିଲା ଜାତୀୟ ଚେତନା ଜର୍ଜରିତ ସତ୍ୟବାଦୀ ବନବିଦ୍ୟାଳୟର ଛାତ୍ରାବାସ ନିର୍ମାଣପାଇଁ ଏବଂ ଉତ୍କଳ ସାହିତ୍ୟ ସମାଜର ଉନ୍ନତିକଛେ ଦାନ । ସେହି ମହତ ଦାନର ପ୍ରାପ୍ତି ସ୍ୱୀକାର କରି ଉତ୍କଳ ସାହିତ୍ୟ ସମାଜର ତତକାଳୀନ ସଂପଦକ ଜୁଳବୃଦ୍ଧ ମଧୁସୁଦନ ଦାସ କୃତଜ୍ଞତାର ସହିତ ଅପଣା ହୃଦୟ ଖୋଲି ଦେଇଥିଲେ- "ପାରଳାଖେମୁଣ୍ଡିର କୃତବିଦ୍ୟ ନବୀନ ରାଜା ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ନାରାୟଣ ଦେଓ ମହୋଦୟ କୋର୍ଟ ଅଫ୍ ସ୍ଟାର୍ଡ଼ସ୍‌ରୁ ରାଜ୍ୟ ଫେରିପାଇବା ଉପଲକ୍ଷେ ଉତ୍କଳ-ସାହିତ୍ୟ-ସମାଜକୁ ଅର୍ବ ଏକଶତଟଙ୍କା ଦାନ କରିଅଛନ୍ତି । ଯେଉଁ ଘଟନା ଉପଲକ୍ଷ୍ୟରେ ଏବଂ ଯେ ପ୍ରକାର ହୃଦୟରେ ଦାନ କରାଯାଇଅଛି ତାହା ଏକା ସାହିତ୍ୟ-ସମଜ କାହିଁକି ସାହିତ୍ୟନୁରାଗୀ ପ୍ରତ୍ୟେକ ଉତ୍କଳୀୟ ଉତ୍ତମ ରୂପେ ଉପଲବ୍ଧି କରୁଅଛନ୍ତି । ସମଜ କୃତଜ୍ଞ ହୃଦୟରେ ଅତ୍ୟନ୍ତ ଯତ୍ନ ଓ ଆଦର ସହକାରେ ଏହି ଦାନ ଗ୍ରହଣ କରିଅଛନ୍ତି । ରାଜ୍ୟ ଲାଭ ସଂଗେ ସଂଗେ ମତୃଭାଷା ପ୍ରତି ଏ ପ୍ରକାର ଆଦର ଓ ସହାନୁଭୁତି, ସୁଶିକ୍ଷା ଓ ହୃଦୟବଭାର ପ୍ରଧାନ ପରିଚାୟକ ଏବଂ ସେହି ହେତୁରୁ ସମସ୍ତେ ଆଶା କରନ୍ତି ଯେ ରାଜା ମହୋଦୟଙ୍କ ରାଜତ୍ବ କାଳରେ ମତୃଭାଷା ତଥା ମାତୃଭୂମି ଉକ୍ତ ମହାତ୍ମାଙ୍କଠାରୁ ଉତ୍ତରୋତ୍ତର ଉସ୍ଥାହ ଲାଇ କରିବ । ଅୟମାରମ୍ଭ ଶୁଭାୟ ଭବତୁ ଏବଂ ଜଗତପିତା ପରମେଶ୍ୱର ରାଜା ମହୋଦୟଙ୍କୁ ଦୀର୍ଘୟ ଓ ଯଶସ୍ତ୍ରୀ କରନ୍ତୁ, ଏହା ହିଁ ସମାଜର ଅନ୍ତରିକ କାମନା ।"

ଏହା ୧୯୧୩ ମସିହା ମଇ ମାସର ଶେଷଦିନ ‘ଉତ୍କଳ ଦୀପିକା’ରେ ପ୍ରକାଶ ପାଇଥିଲା । ଅନୁରୂପ ଭାବେ ସତ୍ୟବାଦୀ ବନ ବିଦ୍ୟାଳୟର ସଂପାଦକ ପଣ୍ଡିତ ଗୋପବନ୍ଧୁ ସେହି ବର୍ଷ ଜୁନ୍ ନଅ ତାରିଖ ଦିନ କର୍ମବୀର ଗୌରୀଶଙ୍କରଙ୍କୁ ଲେଖିଥିଲେ-

ମହାଶୟ,

ପାରଳାଖେମୁଣ୍ଡିର ନୂତନ ରାଜା ଶ୍ରୀମାନ କୃଷ୍ଣଚନ୍ଦ୍ର ନାରାୟଣ ଦେଓ ମହୋଦୟ ତାଙ୍କ ଅଭିଷେକୋସ୍ତବ ଉପଲକ୍ଷେ ସତ୍ୟବାଦୀ ବନ ବିଦ୍ୟାଳୟ ନିର୍ମାଣ ନିମନ୍ତେ ୫୦୦ଟଙ୍କା ଦାନ କରିଥିବା ବିଷୟ ଆନ୍ତ୍ରମାନଙ୍କୁ ସ୍ୱହସ୍ତାଙ୍କିତ ପତ୍ରଦ୍ବାରା ଜଣାଇଛନ୍ତି । ବିଦ୍ୟାଳୟର ବର୍ତ୍ତମନ ବିପନ୍ନ ଅବସ୍ଥାରେ ଏତାଦୃଶ ଅଯାଚିତ ଦାନ ଯେ ଅନେମାନେ କିପରି ଗଭୀର କୃତଜ୍ଞତା ସହକାରେ ଗ୍ରହଣ କରିଅଛୁ ତାହା ବାସ୍ତବ ଭାଷାରେ ପ୍ରକାଶ କରାଯାଇ ନପାରେ । ରାଜନୀତିକ ଘଟନାଚକ୍ରରେ