ପୃଷ୍ଠା:Aama Parala Gajapati.pdf/୩୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମାଧ୍ୟମରେ ସେହି ଏକୀକରଣ ଆନ୍ଦୋଳନକ୍ରମେ ତାହାର ପ୍ରାଥମିକ ଆଭିମୁଖ୍ୟ ପରିବର୍ଭନ କରି ଓଡ଼ିଆମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ରଦେଶ ଗଠନ ଆନ୍ଦୋଳନରେ ପରିଣତ ହୋଇଯାଇଥିଲା ଏବଂ ବିଶେଷ ଉଲେଖ ଯୋଗ୍ୟ ଯେ ଆନ୍ଦୋଳନକାରୀଗଣଙ୍କୁ ସେହି ଆର୍ଭି ମୁଖ୍ୟ ଆପଣେଇନେବାପାଇଁ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଏବଂ ମଧ୍ୟ ସେହି ଦିଗରେ ବିଶେଷ ପ୍ରଭାବିତ କରିଥିଲା। ପାରଳାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ଦଶମ ଅଧିବେଶନ ।

ମହାରାଜାଙ୍କ ପୃଷ୍ଠପୋଷକତାରେ ଉତ୍କଳ ସମ୍ମିଳନୀର ଦଶମ ବାର୍ଷିକ ଅଧିବେଶନ ପାରଳାଖେମୁଣ୍ଡିରେ ଅନୁଷ୍ଠିତ ହୋଇଥିଲା । ସେହି ଅଧିବେଶନଟି ସନ୍ଧିଳନୀର ଉଦ୍ଦେଶ୍ୟ ଏବଂ କାର୍ଯ୍ୟପନ୍ଥା ଗ୍ରହଣ ଦୃଷ୍ଟିରୁ ଥିଲା ବିଶେଷ ଗୁରୁତ୍ବପୁର୍ଣ୍ଣ । ଏପରିକି ସ୍ଥାନ ନିର୍ବାଚନ ଦୃଷ୍ଟିରୁ ସୁଦ୍ଧା ସମିଳନୀ ତାହାର ପୁର୍ବ ଗତାନୁଗତିକତା ପରିହାର କରିଥିଲା ।

ଉତ୍କଳ ସମ୍ମିଳନୀର ପ୍ରରସ୍ପରୁ ତତକାଳ ପର୍ଯ୍ୟନ୍ତ ତାହାର ବାର୍ଷିକ ଅଧିବେଶନଗୁଡ଼ିକ କେବଳ କଟକ, ପୁରୀ, ବ୍ରହ୍ମପୁର ଓ ବାଲେଶ୍ୱର ଭଳି ପ୍ରାୟ କେନ୍ଦ୍ରସ୍ଥଳଗୁଡ଼ିକରେ ହିଁ ଅନୁଷ୍ଠିତ ହୋଇଆସିଥିଲା । ପ୍ରକୃତିକ ଓଡ଼ିଶାର ଜନଗଣଙ୍କ ମଧ୍ୟରେ ଉକ୍ତ ଅନୁଷ୍ଠାନ ପ୍ରତି ଆଗ୍ରହ ସୃଷ୍ଟି କରାଯିବା ଏବଂ ଓଡ଼ିଆମାନଙ୍କ ମଧ୍ୟରେ ଏହାକୁ ଅଦୃତ କରାଯିବା ଉଚିତ ବୋଲି ମତ ପୋଷଣ କରାଯାଉଥିଲେ ସୁଦ୍ଧା ଏବଂ ସେଇ ଉଦ୍ଦେଶ୍ୟରେ କର୍ମକର୍ତ୍ତାଗଣ ବିଶେଷ ବ୍ୟଗ୍ର ଥିଲେ ସୁଦ୍ଧା ଉପାନ୍ତ ଅଞ୍ଚଳଗୁଡ଼ିକରେ ସେଥିପାଇଁ ସଂଗଠନର ଅଭାବବେଧ ଯୋଗୁଁ ତାହା ସମ୍ଭବ ହୋଇ ପାରିନଥିଲା ।

ଉଲ୍ଲେଖ କରାଯାଇପାରେ ଯେ ସନ୍ଧିଳନୀ ଗଠିତ ହେବା ପରେପରେ ଗଜପତି କୃଷ୍ଣଚନ୍ଦ୍ରଙ୍କ ପିତା ଗୌର ଗଜପତି ତଥା ଦାଦା ପଦ୍ମନାଭ ସେହି ସଂଗଠନର ବାର୍ଷିକ ଅଧିବେଶନ ନିଜ ରାଜ୍ୟ ରାଜଧାନୀରେ ଅନୁଷ୍ଠିତ କରାଇବାପାଇଁ ଉତ୍ସୁକତା ପ୍ରଦର୍ଶନ କରିଥିଲେ ସୁଦ୍ଧା ୧୯୦୫ ଓ ୧୯୦୪ରେ ସେମାନଙ୍କ ଅକାଳ ବିୟୋଗଜନିତ କାରଣରୁ ତାହା କାର୍ଯ୍ୟକାରୀ ହୋଇ ପରି ନଥିଲା । ସେଇ ପୂର୍ବପୁରୁଷଗଣଙ୍କ ଅସଂପୂର୍ଣ୍ଣ ଇଚ୍ଛାକୁ ପୂରଣ କରାଇବାରେ ସମର୍ଥ ହୋଇଥିଲେ କୃଷ୍ଣଚନ୍ଦ୍ର । କେବଳ ସେତିକି ନୁହେଁ, ତାହା ବାସ୍ତବରେ ଥିଲା ଜାତୀୟ ଚେତନା ପରିପୁତ ଗୋଟଏ ଦରଦୀ ହୃଦୟର ଅନ୍ତରତମ ପ୍ରଦେଶରୁ ନଗତ ଆହ୍ଲାନର ଏକ ସଫଳ ରୂପାୟନ ।

୧୯୦୩ ଡିସେମ୍ବର ୩୦ ତାରିଖ ଦିନ ଉତ୍କଳ ଗୌରବ ମଧୁସୂଦନଙ୍କ ମନସସନ୍ତାନ ଉତ୍କଳ ସମ୍ମିଳନୀ ସାକାର ରୂପ ଗ୍ରହଣ କରିଥିଲା କଟକର ପଡ଼ିଆରେ । ପରଳା ରାଜଭ୍ରାତାଙ୍କ ପ୍ରତିନିଧି, ଅବିଭକ୍ତ ଗଞ୍ଜାମର ପ୍ରଥମ ବି.ଏ. ଉପାଧିଧାରୀ ଶ୍ରୀ ଶ୍ୟାମସୁନ୍ଦର ରାଜଗୁରୁଙ୍କ ଅଧ୍ୟକ୍ଷତାରେ ବ୍ରହ୍ମପୁରଠାରେ ଅନୁଷ୍ଠିତ ଗଞ୍ଜାମ ସନ୍ଧିଳନୀ ! ଗଞ୍ଜାମ ଜାତୀୟ ସନ୍ଧିଳନୀର ପ୍ରଥମ ଅଧିବେଶନରେ ନିମନ୍ଧିତ ଅତିଥି ଭାବେ ଯୋଗ ଦେଇଥିଲେ ଅନ୍ୟମାନଙ୍କ ସହିତ ମଧୁବାବୁ ।