ପୃଷ୍ଠା:Aama Parala Gajapati.pdf/୩୫

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସମାଜସେବୀ, ପାଦ୍ରୀ ପ୍ରମୁଖ ସମସ୍ତେ ଆପଣାକୁ ମିଶାଇ ଦେଇଥିଲେ ସେହି ମହାମିଳନ ସ୍ଥଳୀରେ । ଓଡ଼ିଶାର ଯେଉଁ ସ୍ୱନାମଧନ୍ୟ ବ୍ୟକ୍ତିବିଶେଷ ପାରଳା ମାଟିରେ ଆତିଥ୍ୟ ଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରେ ଥିଲେ ଜୟପୁର, ମଞ୍ଜୁଷା, ଟିକାଲି, ମଧୁପୁରର ରାଜନ୍ୟବର୍ଗଙ୍କ ସହିତ ତରଳା ଓ ଟିକାଲିର ଯୁବରାଜ ଏବଂ ମଞ୍ଜୁଷା ତଥା ତରଳାର ରାଜଭ୍ରାତାଗଣ । ସେମାନଙ୍କ ସହିତ ଯୋଗ ଦେଇଥିଲେ କଟକରୁ ଉତ୍କଳ ଗୌରବ ମଧୁସୂଦନ, ବ୍ରଜସୁନ୍ଦର ଦାସ, ବିଚିତ୍ରାନନ୍ଦ ଦାସ, ମୋହନୀ ମୋହନ ସେନାପତି, ଗୋକୁଳାନନ୍ଦ ଚୌଧୁରୀ, ବିଶ୍ୱନାଥ କର, ଶଶିଭୂଷଣ ରାୟ ଏବଂ ଗୌରୀଶଙ୍କର ରାୟ ପ୍ରମୁଖ । ସେମାନଙ୍କ ସହିତ ପୁରୀରୁ ପଣ୍ଡିତ ଗୋପବନ୍ଧୁ, ଜଗବନ୍ଧୁ ସିଂହ: ଭଦ୍ରକରୁ କାନ୍ତକବି ଲକ୍ଷ୍ମୀକାନ୍ତ; ସମ୍ବଲପୁରରୁ ଚନ୍ଦ୍ରଶେଖର ବେହେରା ଏବଂ ଦାଶରଥି ମିଶ୍ର, ସତ୍ୟବାଦୀରୁ ପଣ୍ଡିତ ନୀଳକଣ୍ଠ ଏବଂ ଗୋଦାବରୀଶ; ଆସିକାରୁ ବଟକୃଷ୍ଣ ମହାପାତ୍ର ଏବଂ ହରିହର ପଣ୍ଡା; ବଡ଼ଖେମଣ୍ଡିରୁ ନୀଳମଣି ବିଦ୍ୟାରତ୍ନ, ବାଲେଶ୍ବରରୁ ଫକୀରମୋହନ ଏବଂ ଦୈତ୍ୟାରି ପ୍ରସାଦ ଦାସ, କୁଶୁପୁରରୁ ପଲ୍ଲୀକବି ନନ୍ଦକିଶୋର, ଇଚ୍ଛାପୁରରୁ କବିଶେଖର ଚିନ୍ତାମଣି, ବ୍ରହ୍ମପୁରରୁ ଡାନିଏଲ ମହାନ୍ତି ଏବଂ ଓଡ଼ିଶା ବାହାରୁ ସୁଦୂର ଖରସୁଆଁରୁ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ ଏବଂ କଲିକତାରୁ ବାରିଷ୍ଟର ବିଶ୍ୱନାଥ ମିଶ୍ର ମଧ୍ୟ ଯୋଗ ଦେଇଥିଲେ ।

ସମ୍ମିଳନୀର ଅଧିବେଶନ ଆରମ୍ଭରେ କବିବର ରାଧାନାଥଙ୍କର ‘ସର୍ବେଷାଂ ନୋ ଜନନୀ ଭାରତ ଧରଣୀ କଳ୍ପଲତେୟଂ’ ଗାନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ଏବଂ ଶେଷ ଅଧିବେଶନର ଅନ୍ତିମ ପର୍ଯ୍ୟୟ ଥିଲା ମଣ୍ଡପ ଉପରୁ ମହାରାଜା କୃଷ୍ଣଚନ୍ଦ୍ରଙ୍କ ଧନ୍ୟବାଦ ଅର୍ପଣ । ସଫଳତାର ସହିତ ଦଶମ ଅଧିବେଶନ ସମାପ୍ତ ହୋଇଥିଲା । ଏହି ଅଧିବେଶନଟି ଓଡ଼ିଆ ବୁଦ୍ଧିଜୀବୀ ତଥା ନେତୃବର୍ଗଙ୍କ ସାମୟିକ ମିଳନପୀଠ ହେବା ସଂଗେ ସଂଗେ ହୋଇଯାଇଥିଲା ପାରଳା ଅଞ୍ଚଳ / ରାଜ୍ୟର ଅଧିବାସୀଙ୍କ ପାଇଁ ଏକ ପ୍ରେରଣାର ଉତ୍ସ । ସର୍ବୋପରି ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତିଙ୍କ ପାଇଁ ତାହା ଥିଲା ଜାତୀୟତାର ଅଗଣିତ ଉଦ୍‌ବେଳିତ ଜୁଆର ଲହଡ଼ି ଭାଙ୍ଗୁଥିବା ଏକ ବିସ୍ତୀର୍ଣ୍ଣ ବେଳାଭୂମି ।

ନୂତନ କରି ରାଜଗାଦି ଆରୋହଣ କରିଥିଲେ ସୁଦ୍ଧା ଜାତୀୟତାର ମୋହନ ବଂଶୀ ସ୍ୱନରେ ସେତେବେଳକୁ ମହାରାଜା କୃଷ୍ଣଚନ୍ଦ୍ର ବିଶେଷ ଭାବରେ ବଶୀଭୂତ ହୋଇ ସାରିଥିଲେ । ସୁଦୂର ପ୍ରସାରୀ ଅନେକ ଭାବ-ଭାବାନ୍ତର ତାଙ୍କରି ମାନସପଟରେ ସ୍ପନ୍ଦିତ ହେଉଥିଲା । ତେଣୁ ସେଠାରେ ସମ୍ମିଳନୀ ଅବସରରେ ଉତ୍କଳୀୟ ବୁଦ୍ଧିଜୀବୀଙ୍କ ସମାବେଶ ତାହାଙ୍କୁ ଅଧିକ ମାତ୍ରାରେ ଉତ୍ସାହିତ କରିବା ସ୍ବାଭାବିକ । ପ୍ରଥମ ଓ ପ୍ରଧାନ କଥା ଥିଲା ସେମାନଙ୍କ ସହିତ ପ୍ରତ୍ୟକ୍ଷ ହେବା ଏବଂ ଭାବ ବିନିମୟ କରିବା ଏବଂ ବିଶେଷ ଉଲ୍ଲେଖଯୋଗ୍ୟ ଥିଲା ଅଧିବେଶନ ଅବସରରେ ଅନୁଷ୍ଠିତ ଅଣ-ଆନୁଷ୍ଠାନିକ ବୈଠକଗୁଡ଼ିକରେ ପାରଳା ମହାରାଜାଙ୍କ ସକ୍ରିୟ ଅଂଶଗ୍ରହଣ କରିବା ଏବଂ ଆପଣାର ନିଜସ୍ୱ ମତ ପ୍ରଦାନ କରିବା । ଓଡ଼ିଆମାନଙ୍କର ସର୍ବାଙ୍ଗୀନ ଉନ୍ନତି ଓ ଦେଶମିଶ୍ରଣ