ପୃଷ୍ଠା:Aama Parala Gajapati.pdf/୩୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
[[ଫାଇଲ:|428px|page=37]]
ପ୍ରଥମ ବିଶ୍ୱଯୁଦ୍ଧ ବେଳେ ଅବୈତନିକ କମାଣ୍ଡର

ସେହି କାମନା ପ୍ରାୟ ସେହି ସମୟରୁ ହିଁ ତାଙ୍କରି ଭିତରେ ବସା ବାନ୍ଧି ରହି ଯାଇଥିଲା ଶେଷ ପର୍ଯ୍ୟନ୍ତ; ବାସ୍ତବରେ ତାହା ପରିପୂରଣ ହେବା ପର୍ଯ୍ୟନ୍ତ ।

ତେବେ ଏହା ମଧ୍ୟ ନିଶ୍ଚିତ ଥିଲା ଯେ ଉତ୍କଳ ସମ୍ମିଳନୀର ଦଶମ ଅଧିବେଶନ ପୂର୍ବରୁ ଶ୍ରୀକୃଷ୍ଣଚନ୍ଦ୍ର ଗଜପତିଙ୍କ ମନରେ ଜାଗରିତ ହୋଇଥିବା ଜାତୀୟ ଚେତନା ତତ୍ପରଠାରୁ ଆହୁରି ଅଧିକ ତୀକ୍ଷ୍ମ, ଆହୁରି ଅଧିକ ଶାଣିତ ହୋଇଥିଲା ନିଶ୍ଚୟ । ତେଣୁ ବିଭିନ୍ନ କାରଣରୁ ଉତ୍କଳ ସମ୍ମିଳନୀର ପଦପାତରେ ଅସ୍ଥିରତା ସତ୍ତ୍ୱେ ସମୟର ଅନୁକ୍ରମରେ ମହାରାଜାଙ୍କର ସେଇ ନିଦ୍ଦିଷ୍ଟ ଲକ୍ଷ୍ୟବିନ୍ଦୁଟି କ୍ରମଶଃ ଅଧିକରୁ ଅଧିକ ଉଜ୍ୱଳ ରୂପ ହିଁ ପରିଗ୍ରହଣ କରିଥିଲା ।

ସମୟକ୍ରମେ ଉତ୍କଳ ସମ୍ମିଳନୀର ନେତୃତ୍ବ ତାହାର ଜନ୍ମଦାତା ମଧୁବାବୁଙ୍କ ହାତରୁ ଆପଣା ଛାଏଁ ଚାଲିଯାଇଥିଲା ଗୋପବନ୍ଧୁଙ୍କ ହାତକୁ ଏବଂ ଗୋପବନ୍ଧୁଙ୍କ ଭାବ ଚେତନାକୁ ମହାତ୍ମାଗାନ୍ଧିଙ୍କ ଜାତୀୟ ଆନ୍ଦୋଳନ ତଥା ନୀତିଗତ ଆଦର୍ଶ ସମୟକ୍ରମେ ସଂପୂର୍ଣ୍ଣ ପ୍ରଭାବିତ କରି ନେଇଥିଲା । ପରିଣାମତଃ ୧୯୨୦ ମସିହାରେ ସମ୍ମିଳନୀର ଚକ୍ରଧରପୁରଠାରେ ଅନୁଷ୍ଠିତ ଅଧିବେଶନରେ ଏହି ଅନୁଷ୍ଠାନ ଭାରତୀୟ