ପୃଷ୍ଠା:Aama Parala Gajapati.pdf/୩୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜାତୀୟ କଂଗ୍ରେସ ସହିତ ସାମିଲ୍ ହେବା ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏଭଳି ପଦକ୍ଷେପ ଗୋପବନ୍ଧୁଙ୍କ ନେତୃତ୍ୱରେ ହିଁ ନିଆଯାଇଥିଲା ।

ତତ୍ପରେ ମହାରାଜା କୃଷ୍ଣଚନ୍ଦ୍ର ସ୍ଥିର କରିଥିଲେ ଯେ ପୂର୍ବ ନିର୍ଦ୍ଧାରିତ ଲକ୍ଷ୍ୟ ବିନ୍ଦୁରେ ପହଞ୍ଚିବା ପୁର୍ବରୁ ସେ ଆପଣାର ଗତିପଥ କଦାପି ସାମାନ୍ୟତମ ଭାବରେ ମଧ୍ୟ ପରିବର୍ତ୍ତନ କରିବେ ନାହିଁ । ପରିଣାମତଃ ତତ୍‌କାଳୀନ ଉତ୍କଳୀୟ ତୁଙ୍ଗ ନେତୃବର୍ଗଙ୍କ ମଧ୍ୟରେ ଏକ ବିଭାଜନ ହୋଇଥିଲା କହିଲେ ଚଳେ । ଯେଉଁ ଗୋଷ୍ଠୀ କଂଗ୍ରେସ ପରିବର୍ତ୍ତେ ସ୍ୱତନ୍ତ୍ର ପ୍ରଦେଶ ଆନ୍ଦୋଳନକୁ ଆପଣେଇ ନେଇଥିଲେ ସେମାନଙ୍କ ମଧ୍ୟରେ ପ୍ରମୁଖ ଥିଲେ ମହାରାଜା । ସେମାନଙ୍କ କ୍ରମାଗତ ଆନ୍ଦୋଳନାତ୍ମକ କାର୍ଯ୍ୟକଳାପ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସମର୍ଥ ହୋଇଥିଲା ଏବଂ ତାର ପରିଣାମ ସ୍ୱରୂପ ବିଭିନ୍ନ ଉତ୍କଳୀୟ ସମସ୍ୟାର ଅନୁସନ୍ଧାନପାଇଁ ସମୟାନୁକ୍ରମେ ଯେଉଁ ସରକାରୀ କମିଟିମାନ ଗଠିତ ହୋଇଥିଲା ସେଥିରେ ଉତ୍କଳୀୟ ସ୍ୱରଲହରୀର ଯଥାର୍ଥ ପ୍ରତିଫଳନ ପାଇଁ ଗଜପତି କୃଷ୍ଣଚନ୍ଦ୍ର ବିଶେଷ କର୍ମତତ୍ପର ହୋଇ ଉଠିଥିଲେ । ତେବେ ସିଂହାସନ ଆରୋହଣ କରିବା ପରେ ଅପଣାର ରାଜ୍ୟବାସୀଙ୍କ ସର୍ବାଙ୍ଗୀନ ଉନ୍ନତି କଳ୍ପେ ବିଭିନ୍ନ କାର୍ଯ୍ୟକୁ ମଧ୍ୟ ଅଗ୍ରାଧିକାର ଦେଇଥିଲେ ମହାରାଜା ।