ପୃଷ୍ଠା:Aama Parala Gajapati.pdf/୬୧

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବଡ଼ଲାଟଙ୍କୁ ମଧ୍ୟ ସେହି ଦିଗରେ ପ୍ରଭାବିତ କରାଇବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ୧୯୦୨ ମସିହାରେ ସେଇ ସମସ୍ତ ପ୍ରସ୍ତାବକୁ ଭାରତ ବିଭାଗ ସଚିବ ପ୍ରତ୍ୟାଖ୍ୟାନ କରି ଦେଇଥିଲେ ସୁଦ୍ଧା ବଡ଼ଲାଟ୍ ଲର୍ଡ଼ କର୍ଜନ ଓଡ଼ିଶା ସମସ୍ୟା ପ୍ରତି ସମ୍ବେଦନଶୀଳ ଥିଲେ । ବଡ଼ଲାଟ୍ ଭାବେ ବିଗତ ଶହେ ବର୍ଷର ରେକର୍ଡ଼ ଭଙ୍ଗକରି ସେ ଓଡ଼ିଶା ପରିଭ୍ରମଣରେ ଆସିଥିଲେ । ତତପରେପରେ ତାଙ୍କର ହୃଦବୋଧ ପ୍ରତିଫଳିତ ହୋଇଥିଲା ୧୯୦୩ ମସିହାର ବଙ୍ଗ ବିଭାଜନ/ ରିସ୍‌ଲେ ସର୍କୁଲାର ମାଧ୍ୟମରେ । ସବୁ ଓଡ଼ିଆଭାଷୀ ଅଞ୍ଚଳର ଏକୀକରଣ ପ୍ରସ୍ତାବ ସେଥିରେ ରହିଥିଲା ।

ହେଲେ ଅନ୍ୟାନ୍ୟ ପ୍ରସଙ୍ଗକୁ କେନ୍ଦ୍ରକରି ରିସଲେ ସର୍କୁଲାର ବିରୁଦ୍ଧରେ ସାରା ଦେଶରେ ପ୍ରବଳ ଜନମତ ସୃଷ୍ଟି ହୋଇଥିଲା । ପୁଣି ସେହି ବର୍ଷ ଡିସେମ୍ବରରେ ଅନୁଷ୍ଠିତ ଭାରତୀୟ ଜାତୀୟ କଂଗ୍ରେସର ମାନ୍ଦ୍ରାଜ ଅଧିବେଶନରେ ଆଞ୍ଚଳିକ ନେତାଗଣଙ୍କ ଦ୍ୱାରା ପ୍ରଭାବିତ ହୋଇ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା ଯେ ମାନ୍ଦ୍ରାଜ ପ୍ରାଦେଶିକ ଶାସନରୁ ଗଞ୍ଜାମ ଅଞ୍ଚଳକୁ ବିଛିନ୍ନ କରାନଯାଉ । ତେବେ ରିସ୍‌ଲେ ସର୍କୁଲାରର ଓଡ଼ିଆ ଏକୀକରଣ ମତାମତକୁ ବଙ୍ଗଳାର ଛୋଟ ଲାଟ ପୁରାପୁରି ସମର୍ଥନ କରିଥିଲେ ସୁଦ୍ଧା କେତେକ ସର୍ଭରେ କେନ୍ଦ୍ର (ମଧ୍ୟ) ପ୍ରଦେଶିକ ସରକାର ତାହାକୁ ସମର୍ଥନ ଜଣାଇଥିଲେ । କିନ୍ତୁ ମାନ୍ଦ୍ରାଜ ସରକାର ତାହାର ତୀବ୍ର ବିରୋଧ କରିଥିଲେ ୧୯୦୪ ମସିହାରେ । ସେଥିପାଇଁ ଓଡ଼ିଆମାନଙ୍କ ମଧ୍ୟରେ ସୁଦ୍ଧା ତୀବ୍ର ପ୍ରତିକ୍ରିଯା ପ୍ରକାଶ ପାଇଥିଲା । ସେତେବେଳେ ସାରା ଗଂଜାମରେ ତେଲୁଗୁ ରାଜକର୍ମଚାରୀଙ୍କ ସଂପୂର୍ଣ୍ଣ ଆଧିପତ୍ୟ ଥିଲା ଏବଂ ସେମାନଙ୍କ ହୀନ ଚକ୍ରାନ୍ତ ଯୋଗୁଁ ହିଁ ସରକାର ବିଶେଷ ଭାବେ ପ୍ରଭାବିତ ହେଉଥିଲେ । ସେମାନେ ମଝିରେ ମଝିରେ ଅତି କ୍ଷୁଦ୍ର କ୍ଷୁଦ୍ର ଘଟଣାକୁ କେନ୍ଦ୍ରକରି ଓଡ଼ିଆ ବିରୋଧୀ ଅନ୍ଦୋଳନମାନ କରୁଥିଲେ ରଂଜାମ ଅଞ୍ଚଳରେ । ସ୍ମାରକପତ୍ର ତଥା ସମ୍ବାଦପତ୍ରଗୁଡ଼ିକୁ ସେମାନେ ସେଥିପାଇଁ ମାଧ୍ୟମ ରୂପେ ବ୍ୟବହାର କରୁଥିଲେ । ୧୯୦୫ ଫେବ୍ରୁଆରିରେ ମାନ୍ଦ୍ରାଜ ଗଭର୍ଣ୍ଣର ଲର୍ଡ଼ ଏମ୍ପ୍‌ଥିଲ୍ ବ୍ରହ୍ମପୁର ଅସିବା ଅବସରରେ ଟାଉନ୍‌ ହଲଠାରେ ସ୍ପଷ୍ଟ ଘୋଷଣା କରିଥିଲେ ଯେ ଗଞ୍ଜାମ ଅଞ୍ଚଳକୁ ମାନ୍ଦ୍ରାଜ ଅଞ୍ଚଳରୁ ବାଦ ଦିଆ ନଯିବାପାଇଁ ସେ ଦୃଢ଼ ଭାବରେ ଭାରତ ସରକାରଙ୍କୁ ଜଣାଇ ଦେଇଅଛନ୍ତି ।

ଓଡ଼ିଆମାନଙ୍କର ଭାଗ୍ୟର ବିଡ଼ମ୍ବନା, ଠିକ୍ ସେତିକିବେଳକୁ ଭାରତର ବଡ଼ଲାଟ୍ ଲର୍ଡ଼ କର୍ଜନ ଛୁଟି ନେଇଯିବା ପରେ ତାଙ୍କରି ଦାୟିତ୍ବରେ ରହିଥିଲେ ଲର୍ଡ଼ ଏମ୍ପୁଥିଲ । ଏବଂ ଆହୁରି ଦୁର୍ଭାଗ୍ୟ, ସେତିକିବେଳକୁ ହିଁ ଓଡ଼ିଆ ସମସ୍ୟାର ଶେଷ ନିଷ୍ପଭି ପାଇଁ ଫାଇଲ ଯାଇଥିଲା ବଡ଼ଲାଟଙ୍କ ନିକଟକୁ । ସେହି ରେକର୍ଡ଼ପତ୍ରରେ ସମ୍ବଲପୁର ଅଞ୍ଚଳର ଓଡ଼ିଶା ସହ ମିଶ୍ରଣ ପ୍ରସ୍ତାବକୁ ବଡ଼ଲାଟ୍ ହିସାବରେ ଲର୍ଡ଼ ଏମ୍ପଥିଲ୍ ସମ୍ମତି ପ୍ରଦାନ କରିଥିଲେ ସୁଦ୍ଧା ଗଂଜାମ ଓ ବିଶାଖା ପାଟଣା ଅଞ୍ଚଳକୁ ମାନ୍ଦ୍ରାଜରୁ ବିଛିନ୍ନ କରାଯାଇ ପାରିବ ନାହିଁ ବୋଲି ଶେଷ ନିଷ୍ପତ୍ତି ରେକର୍ଡ଼ଭୁକ୍ତ କରିଦେଇଥିଲେ । ସେହିକ୍ରମରେ ୧୯୦୫ରେ ସମ୍ବଲପୁର ଏବଂ ତନ୍ନିକଟବର୍ତ୍ତୀ ଅଞ୍ଚଳର ଓଡ଼ିଶା ଡିଭିଜନ୍ ସହିତ