ପୃଷ୍ଠା:Aama Parala Gajapati.pdf/୬୩

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତଥା ଏକ ସ୍ୱତନ୍ତ୍ର ପ୍ରଦେଶରେ ସବୁ ଓଡ଼ିଆ ଭାଷାଭାଷୀଙ୍କୁ ମୁଁ ଦେଖିବାକୁ ଇଚ୍ଛାକରେ ।’ ତତ୍‌ସହିତ ସେ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ଯେ ସେଇ ସଂପର୍କରେ ସେ ଭାରତ ସରକାରଙ୍କ ସହିତ ମଧ୍ୟ ଆଲୋଚନା କରିବେ । ଦାୟିତ୍ୱ ଗ୍ରହଣ କରିବା ପରେ ପରେ ସେ ଓଡ଼ିଶା ପରିଭ୍ରମଣରେ ଆସିଥିଲେ ଏବଂ ସେତିକିବେଳେ ପୁରୀ, ସମ୍ବଲପୁର, ବାଲେଶ୍ୱର ଏବଂ ବାରିପଦାଠାରେ ଜନଗଣଙ୍କ ସମ୍ବର୍ଦ୍ଧନା ସହିତ ସେହି ଏକା ପ୍ରକାରର ସ୍ମାରକପତ୍ରମାନ ପାଇଥିଲେ ଏବଂ ସବୁଠି ସେଇ ଏକା ପ୍ରକାରର ଦରଦୀପୂର୍ଣ୍ଣ ବକ୍ତବ୍ୟ ପ୍ରଦାନ କରିଥିଲେ ।

କିନ୍ତୁ ସେଇ ସବୁ ଥିଲା କେବଳ କଥାର କଥା । ତେଣୁ କେବଳ ଗଂଜାମ କିମ୍ବା ଦକ୍ଷିଣର ବିଚ୍ଛିନ୍ନାଞ୍ଚଳ ନୁହେଁ, ବିଚ୍ଛୁରିତ ହୋଇ ରହିଥିବା ସବୁ ଓଡ଼ିଆଙ୍କ ସ୍ୱାତତ୍ର‍୍ୟ ରକ୍ଷାପାଇଁ ଯେଉଁ ଏକୀକରଣ ଅନ୍ଦୋଳନ ଆରମ୍ଭ ହୋଇଥିଲା ତାହା ସମୟକ୍ରମେ ସ୍ୱତନ୍ତ୍ର ପ୍ରଦେଶ ଗଠନ ଆନ୍ଦୋଳନରେ ପରିଣତ ହୋଇଗଲା । ଆନ୍ଦୋଳନର ଆଭିମୁଖ୍ୟ ପରିବର୍ଭନ କରାଇବା ଦିଗରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ମହାରାଜା କୃଷ୍ଣଚନ୍ଦ୍ର । ୧୯୧୩ ମସିହାରେ ସେ ଗାଦି ଆସୀନ ହେବା ପରେ ୧୯୧୪ରେ ପାରଳାରେ ଅନୁଷ୍ଠିତ ହୋଇଥିଲା ଉତ୍କଳ ସମ୍ମିଳନୀ । ସେତିକିବେଳକୁ ତାହାର ମଙ୍ଗ ଧରିଥିଲେ ପଣ୍ଡିତ ଗୋପବନ୍ଧୁ । ମଧୁବାବୁଙ୍କ ହାତରୁ ଆପେଆପେ ଯେମିତି ସମ୍ମିଳନୀର ଦାୟିତ୍ୱ ଚାଲି ଆସିଥିଲା ତାଙ୍କରି ହାତକୁ । ସେତେବେଳେ ବାସ୍ତବରେ ତାହାଙ୍କ ହୃଦୟର ଭାଷା ଏବଂ ସ୍ଫୁରିତ ଭାଷଣ ମଧ୍ୟରେ କୌଣସି ତଫାତ ରହୁ ନଥିଲା । ନଥିଲା ଉତ୍କଳୀୟ ଜାତୀୟ ଭାବ ଚେତନାରେ ଆବିଳତା । ହେଲେ ବାପୁଜୀଙ୍କଦ୍ୱାରା ପ୍ରଭାବିତ ହୋଇ ଏବଂ ୧୯୨୦ରେ ନାଗପୁର କଂଗ୍ରେସ ଅଧିବେଶନରେ ବିଖ୍ୟାତ ଅସହଯୋଗ ଆନ୍ଦୋଳନ ସହିତ ‘ଭାଷାଭିଭିରେ ପ୍ରଦେଶ ଗଠନ ଆବଶ୍ୟକ’ ପ୍ରସ୍ତାବ ଗୃହୀତ ହେବା ପରେପରେ ଗୋପବନ୍ଧୁଙ୍କ ବିଶ୍ୱାସ ଦୃଢ଼ ହୋଇଥିଲା ଯେ କଂଗ୍ରେସ ଏଣିକି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନପାଇଁ ମଧ୍ୟ ପ୍ରୟାସ କରିବ । ସେହି କାରଣରୁ ସେହି ବର୍ଷ ଶେଷରେ ଶ୍ରୀ ଜଗବନ୍ଧୁ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ଅଧିବେଶନରେ ଗୋପବନ୍ଧୁ ପ୍ରସ୍ତାବଟିଏ ଆଗତ କରିଥିଲେ ଯେ ଜାତୀୟ କଂଗ୍ରେସର ଆଦର୍ଶ, ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସହିତ ସମ୍ମିଳନୀର ଆଦର୍ଶ, ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ମଧ୍ୟରେ ସାମ୍ୟ ଥିବା ଯୋଗୁଁ ଏହା ବୃହତ ତଥା ଜାତୀୟ ସ୍ତରର ଅନୁଷ୍ଠାନ- ଜାତୀୟ କଂଗ୍ରେସ ସହିତ ଅଙ୍ଗୀଭୂତ ହେଉ । ସେହି ପ୍ରସ୍ତାବ ସେଠାରେ ଗୃହୀତ ହୋଇଯିବା ଥିଲା ସ୍ୱାଭାବିକ । ଏବଂ ପରିଣାମତଃ ତାହା ସେବେଠାରୁ ହୋଇଯାଇଥିଲା ଭାରତୀୟ ଜାତୀୟ କଂଗ୍ରେସର ଅଂଶବିଶେଷ ।

ତାର ପରିଣାମ ହୋଇଥିଲା ସମ୍ମିଳନୀର ନେତୃବର୍ଗଙ୍କ ମଧ୍ୟରେ ଏକ ବିଭାଜନ । ମୁଖ୍ୟତଃ ଯେଉଁ ରାଜା ଜମିଦାରଗଣଙ୍କୁ ନେଇ ଏହି ସଂଗଠନ ସମୃଦ୍ଧ ହୋଇଥିଲା ସେମାନଙ୍କ ସମେତ ଗୌରୀଶଙ୍କର, ମଧୁବାବୁ, ବ୍ରଜସୁନ୍ଦର ଦାସ, ଶଶି ରଥ, ପାରଳା ମହାରାଜା, ଗୋପାଳ