ପୃଷ୍ଠା:Aama Parala Gajapati.pdf/୮୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସେଭଳି ଭାବରେ ତାହାଙ୍କୁ ଅନେକ ବାର ଦେଖିବାପରେ କିଛିଟା ଦରଦୀ ହୋଇ ଉଠିଥିଲେ ଦକ୍ଷିଣ ଭାରତୀୟ ଜଣେ ତୁଙ୍ଗନେତା ରାମସ୍ୱାମୀ ମୁଦଲିୟର । ମହାରାଜାଙ୍କ ବସାଘରକୁ ଲାଗି ତାଙ୍କର ବସାଘର । ସେ ମଧ୍ୟ ଥିଲେ ପ୍ରଥମ ଗୋଲଟେବୁଲ ବୈଠକରେ ଜଣେ ପ୍ରତିନିଧି । ମହାରାଜାଙ୍କ ଅକ୍ଲାନ୍ତ ପରିଶ୍ରମ ଦେଖି ସେ ମୁଗ୍ଧ ଏବଂ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଦିନେ ବିଳମ୍ବିତ ସଂଧ୍ୟାରେ ସେ ଯାଇଥିଲେ ସେଭଳି ଭାବସମୁଦ୍ରରେ ନିମଗ୍ନ ମହାରାଜାଙ୍କ ନିକଟକୁ । ଦରଦୀ ହୃଦୟରେ କହିଥିଲେ ଆପଣ ଅତ୍ୟଧିକ ମାତ୍ରାରେ ପରିଶ୍ରମ କରୁଛନ୍ତି କାହିଁକି ? ମତେ କହିଲେ ଅନ୍ତତଃ ମୁଁ ଲେଖିବାରେ ଆପଣଙ୍କ ସହାୟକ ହୋଇପାରନ୍ତି । କିନ୍ତୁ ତତ୍‌କ୍ଷଣାତ୍ ମହାରାଜାଙ୍କ ଉତ୍ତର ଥିଲା "ଆପଣ ସମ୍ଭବତଃ ମୋଠାରୁ ଭଲ ଭାଷାରେ ଲେଖି ପାରିବେ; କିନ୍ତୁ ମୋର ହୃଦୟର ଭାଷା ପାଇ ପାରିବେ କେଉଁଠୁ ?"

[[ଫାଇଲ:|428px|page=88]]
ଦୁଇ ପୁତ୍ର ଓ ପାରିଷଦଙ୍କ ସ‌ହ ଲଣ୍ଡନରେ