ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଗରି-ଶିଖେ ଲୟ ରଖି ଚାଲିବି ମୁକର
ସୁଦୂର ସାଗର-ଗୀତି,
ଶ୍ରବଣେ ସ୍ୱର୍ଗୀୟ ପ୍ରୀତି,
ଲଭିଣ ମୋ ପ୍ରାଣ-ପକ୍ଷୀ ଉଡ଼ିଯିବ ଧୀରେ,
ଅନୁସରି ସେହି ଗାନ,
କରି ମନେ ଏକଧ୍ୟାନ
ଅବଶେଷେ ବସିବ ସେ ଗିରି ଉଚ୍ଚ ଶିରେ ।
ଦେଖି ଚନ୍ଦ୍ର-ଚାରୁ ଅଙ୍ଗ,
ଲିଭିବାକୁ ତାର ସଙ୍ଗ,
ଧାଇଁ ଧାଇଁ ପଥେ ଶଶା ଛାଡ଼ିଲା ପରାଣ,
କେତେ ଦୂରେ ନିଶାପତି,
କାହିଁ ବା ଶଶକ ଗତି,
ପାଇଲା ସେ ଅନ୍ତେ ପରା ସେହି ବକ୍ଷେ ସ୍ଥାନେ ।
ଶତ ଶଶୀ ବଳି ଶୋଭା,
କି ବିଚିତ୍ର ମନୋଲୋଭା,
କିପରି ଏହାର ଆଶା ଛାଡ଼ିବି ମୁଁ ନର,
ଗଲେ ପଛେ ଯାଉ ଜୀବ ଯାହା ହେବ ଦେଖାଯିବ
ଗିରି ଶିଖେ ଲୟ ରଖି ଚାଲିବି ମୁକର ।