ପୃଷ୍ଠା:Abakash chinta.pdf/୧୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଅବକାଶ-ଚିନ୍ତା


ପ୍ରାର୍ଥନା

ପ୍ରଭୁ ଦୟାମୟ ଜଗତପତି
ଅନାଥର ନାଥ ଅଗତିଗତି,
ତବ ଶ୍ରୀଚରଣେ ଏହି ବିନତି
କରୁଛି ଉତ୍କଳ-ଶିଶୁ ସନ୍ତତି
ମିଳି ଆଜି ଏକମନେ ହେ,
ଦିଅ ନବ ତେଜ  ନବୀନ ସାହାସ
ଉତ୍କଳମାତା ଜୀବନେ ହେ । | ୧ |

ହିନ୍ଦୁ ଖ୍ରୀଷ୍ଟ ଜୈନ ମୁସଲମାନ
ଭେଦ ଭୁଲି ଏବେ ସର୍ବେ ସମାନ,
ଭ୍ରାତୃ-ପ୍ରେମ-ଡୋରେ ହୋଇଣ ବାନ୍ଧି
ଜଣାଉଛୁ ତବ ଛାମୁରେ କାନ୍ଦି,
ଅରକ୍ଷିତ ଶିଶୁକୁଳ ହେ,
ଜନନୀ ବିଷାଦେ  ଭସାଇ ନ ଦିଅ
କେବେ ପ୍ରଭୁ ଆଦିମୂଳ ହେ । | ୨ |