ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଅବକାଶ-ଚିନ୍ତା
ଉତ୍କଳ ମାତାର ଅତୀତ ଯଶ,
ବିପୁଳ ବିଭବ ବଳ ସାହସ
ସୁମରିଣ ଫାଟିଯାଏ ହୃଦୟ,
ଦେଖି ଅବସ୍ଥାର ଏ ବିପର୍ଯ୍ୟ
ରକ୍ତ-ମାଂସ-ଦେହ ଧରି ଯେ,
ଅଧୀର ଆତୁର କିଏ ସେ ନ ହେବ
ଦେଖି ମାତା ଏତେ ସରି ଯେ । | ୩ |
ଅଛି ସେହି ନଦୀ, ଅଛି ସେହି ଗିରି,
ଅଛି ସେ ବିପିନ, କାହିଁ ସେ ଶିରୀ?
ଅଛି ସେହି ସେତୁ, ସେହି ଦେଉଳ,
କାହୁଁ ସେହୁ ଦକ୍ଷ କର ସଂକୁଳ୍?
କଲା ଯା ଏତେ କୀରିତି ଯେ ;
ଦଶ ଦିଗ ଶୂନ୍ୟ, କାହିଁ ପୂର୍ବ ପୁଣ୍ୟ,
କାହିଁ ସେ ପୂର୍ବ ଶକତି ଯେ ? | ୪ |
ରହିଅଛି କାବ୍ୟ ନାହାନ୍ତି କବି,
ଅଛି ସେହି ଦେଶ ନାହିଁ ସେ ଛବି,
କାଳବେଳ ସବୁ ସରିଛି ସାର,
ଆହା କି ସୁନ୍ଦର କି ନାରଖାର !
କି ଘୋର କର୍ମବିପାକ ହେ,
ହର ଏ ଦୁର୍ଗତି ହରି ବିଶ୍ବପତି
ଶୁଣ ଏ କାତର ଡାକ ହେ । | ୫ |