ପୃଷ୍ଠା:Abakash chinta.pdf/୧୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରାର୍ଥନା


ସର୍ବ ଧର୍ମଧାମ ପୁଣ୍ୟ ଉତ୍କଳ-
ବଦନେ ବିକାଶୁ ଚାରୁ ବିମଳ,
ଜାଗୁ ଚଉଦିଗେ ନବ ପରାଣ,
କର ଏ କରୁଣା ଆରତନ୍ତ୍ରାଣ,
 ନୀଳାଚଳ,ନୀଳାଚଳ ହେ,
ବୋଲି ସୁବିଶାଳ  ଭାରତ ଭୁବନେ
ପଡୁ ସତତ ଚହଳ ହେ । | ୬ |

ବ୍ରାହ୍ମଣ-ଶାସନ ଶବରପଲ୍ଲୀ,
କୃଷକ କୁଟୀର ନୃପ ଅଟ୍ଟାଳି,
ଜାତୀୟତା-ସ୍ରୋତେ ହେଉ ପ୍ଲାବିତ,
ଉଠୁ କୋଟି କଣ୍ଠୁ ଜାତୀୟ ଗୀତ,
 ତେଜି ସ୍ବାର୍ଥ ଅଭିମାନ ଯେ,
ଜନନୀ- କଲ୍ୟାଣେ   ସାଧୁ ଅନୁଷ୍ଠାନେ
ରହୁ ସଦା ମନ ଧ୍ୟାନ ଯେ । | ୭ |

ସଂସାର ତୁମୁଳୁ ରଣପ୍ରାଙ୍ଗଣେ,
ଉତ୍କଳର ଦୀନ ତନୟ-ଗଣେ,
ପଛରେ କେବେହେଁ ନ ପଡୁ ଦେବ,
ଶ୍ରୀଛାମୁରୁ ଏହି ଆଦେଶ ହେବ,
 ଘେନି ଅପୂର୍ବ ଉତ୍ସାହ ଯେ,
ଭାରତର ମହା-  ଜାତୟ ତରଙ୍ଗେ
ମିଶୁ ଉତ୍କଳ ପ୍ରବାହ ଯେ । | ୮ |

[ ୩ ]