ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଅବକାଶ-ଚିନ୍ତା
ସୃଷ୍ଟି ଆଦ୍ୟ କାଳୁ ଦେବୀ ତୋହର ଉତ୍ପତ୍ତି,
ତୋର ନିତ୍ୟ ଲୀଳାଭୂମି ଅନନ୍ତ ଅପାର,
ଅନନ୍ତ ଅଦ୍ଭୁତ ଅତି ତୋ ମହାଶକତି,
ସହଜେ ବୁଝିବ କାହିଁ ତାହା ନର ଛାର ।
ଅନଳେ ଆହୁତିଧାରା କରି ଚରଷଣ,
ପୂତନୀରା ସରସ୍ୱତୀ-ପୁଳିନ ପ୍ରଦେଶ
ଗାଇଲେ ସଙ୍ଗୀତ ଯେବେ ଆଦି ଋଷିଗଣ,
ପ୍ରକାଶିଲୁ ତହିଁ ମାତଃ କି ଶୁଦ୍ଧ ସୁବେଶେ !
ସେ କାଳର ଶୁଦ୍ଧ ବେଶ ଦିବ୍ୟ ଭାବମାନ
ବିଭାସିଣ ଆଲୋକିଛି ସର୍ବ ବସୁନ୍ଧରା
ତମାବୃତ୍ତ କିନ୍ତୁ ଆଜି ଭାରତ-ସନ୍ତାନ,
ନ କରଇ କହ କିବା କାଳ ପରମ୍ପରା !
ପଙ୍କଜ-ବାସିନୀ ଦେବୀ ନିତ୍ୟ ବୀଣାପାଣୀ,
ବାଅ ସେ ଅମର ବୀଣା କୃପା କରି ଥରେ,
ପବେଶୁ ତା ଦିବ୍ୟନାଦ ମୃତସଞ୍ଜୀବନୀ
ମୃତ ପ୍ରାୟ ଭାରତର ହୃଦୟ-କନ୍ଦରେ ।