ପୃଷ୍ଠା:Abakash chinta.pdf/୧୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବାଣୀ



(୫)

ଭାରତେ ଉତ୍କଳ ପୁଣି ଅତି ଅଭାଗିନୀ,
ଧନେ, ଜନେ, ମାନେ, ଜ୍ଞାନେ, ବିନ୍ତ୍ରମ, ସାହସେ,
ଆଦେଶେ ମା ଫୁଟି ତବ ଆବାସ-ନଳିନୀ
ଗୌରବ-ତପନେ ବରୁ ଉତ୍କଳ-ନଭସେ |

(୬)

ମହାନନ୍ଦେ ବିହରିଣ ନିତି ଜ୍ଞାନ ବନେ
ଶାସ୍ତ୍ର-ସୁମନରୁ ସତ୍ୟ-ମକରନ୍ଦ ରାଶି
ଆହରିଣ ଭକ୍ତିଭରେ ହେ ସୁଧୀବନ୍ଦନେ!
ଖଟନ୍ତୁ ତୋ ପଦ ଯୁଗେ ଉତ୍କଳ-ନିବାସୀ

(୭)

ମୁଁ ଅତି ସାମାନ୍ୟ, ମୋର ସାମାନ୍ୟ କାମନା,
ପୂରୁ ମାତଃ ବାକ୍ୟ-ଦେବୀ ତୋହର ପ୍ରସାଦେ,
ବାସ୍ତବ ବିଶ୍ବର ଜେତେ ନୀରସ ଘଟନା
ପ୍ରବେଶ ନ କରୁ କେବେ ମୋ ସୁଖ-ପ୍ରାସାଦେ

(୮)

ଆବର୍ଜ୍ଜନାମୟ ଏହୁ ସଂସାର-ଜଞ୍ଜାଳେ
କେବେ ପ୍ରପୀଡିତ ମୋର ନ ହେଉ ମାନସ,
କଳ୍ପନାର ସୁଖରାଜେୟ ଦେଖେ କାଳେ କାଳେ
ସ୍ୱର୍ଗୀୟ ସୁଷମା ଆଉ ସ୍ୱର୍ଗୀୟ ରହସ୍ୟ |


[୫]