ପୃଷ୍ଠା:Abakash chinta.pdf/୧୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶମ୍ଭୁକର ବାଜପେୟୀ
       
କି ଭାଷାରେ ଦେବ,  ଆମନ୍ତ୍ରିବି ତବ
ସ୍ୱର୍ଗୀୟ ଆତ୍ମାକୁ ଆଜ?
ସୁଜ୍ଞାନୀ ଧାର୍ମ୍ମିକ   ଗୋନ୍ତ୍ର ପ୍ରବର୍ତ୍ତକ
ହେ ଉତ୍କଳ-ଭରଦ୍ୱାଜ !

ତୁମ୍ଭ ବଂଶୋଭବ  ବୋଲି ଗଉରବ
କରନ୍ତି ବିପ୍ର ଅନେକ,
ବର୍ଷ ଶତ ଶତ   ହେଲେହେଁ ଅତୀତ
ଅଛି ତୁମ୍ଭ ନାମ ଟେକ ।

ବାଜପେୟ ଯାଗ   କରି ମହାଭାଗ
ହେଲ ନିଜେ ପୂତପ୍ରାଣ,
ସ୍ମୃତି ତ୍ରୟୋଦଶେ   ପ୍ରଚାରିଲେ ଦେଶେ
ବେଦ-ବିହିତ-ବିଧାନ ।

ଧର୍ମତତ୍ତ୍ୱେ ରତ   ଥିଲେ ହେ ସତତ
ସାହିତ୍ୟ-ଶୋଭା-କାନନେ,
ମାନସ ମିଳିନ୍ଦ   ତବ ମକରନ୍ଦ
ଚାଖି ଚଖାଇଲା ଜନେ ।

[ ୭ ]