ପୃଷ୍ଠା:Abakash chinta.pdf/୧୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅବକାଶ-ଚିନ୍ତା

ରାଜ-ଅନୁଗ୍ରହ  ରାଜ୍ୟ-ପ୍ରତିଗ୍ରହ
କରେ ବ୍ରହ୍ମତେଜ ନାଶ,
ମାନି ରାଜଦେଶ  ତେଣୁ ତେଜି ଦେଶ
କଲ ଚିର କାଶୀବାସ ।

ତଥାପି ସ୍ୱଜନ-  ମମତା ବନ୍ଧନ
ହୃଦେ ଥିଲା ନିରନ୍ତର,
ତିରିଶି ବରଷେ  ପେଷିଲ ସ୍ୱଦେଶେ
ଯୋଗ୍ୟ ସୁତ ବିଦ୍ୟାକର ।

ବିସ୍ମୃତି-ତାମସ  କରଇ-ଗରାସ
ନର-କୀରତି-ନିଚୟ,
କିନ୍ତୁ ସାଧୁଭାବ  ପବିନ୍ତ୍ର ପ୍ରଭାବ
ପାଏ ନାହିଁ କେବେ ଲୟ ।

ହେ ସମାଜ-ନେତା  ତବ ସ୍ୱାଧୀନତା
ସ୍ୱଦେଶେ-ସୁଧର୍ମ-ପ୍ରୀତି,
ତେବେ କାହିଁ ଆଜି  ସେ ଶକ୍ତି, ସେ ତେଜ
କିମ୍ପା ଏ ଘୋର ଅନୀତି ?

ହେ ଉତ୍କଳ ଆଦି-  ଋଷି ବ୍ରହ୍ମବାଦି,
କର ଏହି ଆଶୀର୍ବାଦ,
ପରକାଶୁ ତବ  ପ୍ରଚ୍ଛନ୍ନ ପ୍ରଭାବ
ଘୁଞ୍ଚୁ ଜାତି-ଅବସାଦ ।


[ ୮ ]