ପୃଷ୍ଠା:Abakash chinta.pdf/୨୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭକ୍ତ କବିବର ଶ୍ରୀ ଜଗନ୍ନାଥ ଦାସ

ଉତ୍କଳର ବ୍ୟାସ  ଜଗନ୍ନାଥ ଦାସ
ବିଷ୍ଣୁ ଅଂଶେ ଅବତାର,
ଭକତ-ପ୍ରଧାନ  ଗୂଢ ଦିବ୍ୟ ଜ୍ଞାନ
କଲ ସ୍ବଦେଶେ ପ୍ରଚାର ।

ବେଦ-ମହୋଦଧି  ବ୍ୟାସ ତପୋନିଧି
ମନ୍ଥି ଯେ ତତ୍ତ୍ବ ସକଳେ,
ଉଦ୍ଧରି ପୁରାଣେ  ନାନା ଉପାଖ୍ୟାନେ
ପ୍ରକାଶିଥିଲେ ସରଳେ ।

ସଂକ୍ଷିପ୍ତ ସଂସ୍କୃତି  ଅମୁଲ୍ୟ ଆଧାରେ
ଥିଲା ସେ ଅମିୟ ରସ,
ସର୍ବେ ଦୁଃଖୀ ଧନୀ  ପଣ୍ଡିତ ଅଜ୍ଞାନୀ
ନ ପାଇଲେ ସମ ଅଂଶ ।

ତେଣୁ ବାରସ୍କନ୍ଧ  'ପ୍ରାକୃତ ପ୍ରବନ୍ଧ'
ଗୀତେ କଲ ପରକାଶ,
ଥିବାଯାଏ ଭାଷା  ଗାଇବ ଓଡିଶା
“କହେ(କହଇ) ଜଗନ୍ନାଥ ଦାସ"।

[ ୯ ]