ପୃଷ୍ଠା:Abakash chinta.pdf/୨୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅବକାଶ-ଚିନ୍ତା


ନୃପତି-ନବରେ  କୃଷକ-କୁଟୀରେ
ଆଜି ଉଠେ ତୁମ୍ଭ ନାମ,
ଦିନ ଅବସାନେ  ଶ୍ରମକ୍ଳାନ୍ତ ଜନେ
ଦେଉଛ ଶାନ୍ତି ଆରାମ |

ବ୍ରାହ୍ମଣ ଚଣ୍ଡାଳ  ପ୍ରେମେ ଏକମେଳ
ଧର୍ମ୍ମଭାବେ ହୋଇ ମତ୍ତ,
ବିପଦେ ସମ୍ପଦେ  ଗାଆନ୍ତି ଆନନ୍ଦେ
ସ୍ଥାନେ ସ୍ଥାନେ 'ଭାଗବତ' |

ସୁକବି ପ୍ରଶଂସା  ପାଇବାକୁ ଆଶା
ମନରେ ନ ଥିଲ ପୋଷି,
ତଥାପି ଉତ୍କଳ-  ଭାବି କବିକୁଳ
ହେବେ ତୁମ୍ଭ ନାମ ଘୋଷି |

ତୁମ୍ଭ ସମାଧିରୁ  ଆହେ କବିଗୁରୁ!
କେତେ ଦାର୍ଶନିକ କବି,
ଜନମିଣ କାଳେ  ଉତ୍କଳ-ସାହିତ୍ୟେ
ଦେବେ ନବ ନବ ଛବି |

କେତେ ଧର୍ମ୍ମବୀର  ଦେବେ ନିଜ ଶିର
ସ୍ବଦେଶ ସ୍ବଧର୍ମ୍ମ ହିତେ,
ଅସଂଖ୍ୟ ନାସ୍ତିକ  ହୋଇବେ ପ୍ରେମିକ
ତୁମ୍ଭ ମଧୁମୟ ଗୀତେ |

[ ୧୦ ]