ପୃଷ୍ଠା:Abakash chinta.pdf/୨୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବଳରାମ ଦାସ

କି ମଧୁର ନାମ  ଭକ୍ତ ବଳରାମ
ଉତ୍କଳବାସୀ-ଶ୍ରବଣେ;
ସାହିତ୍ୟ-ସଂସାରେ  କଠୋର ସାଧକ
କାହିଁ ତୁମ୍ଭ ପରି ଜଣେ ?

ବାଲମିକ ବ୍ୟାସ  ଅନ୍ତର-ଉଚ୍ଛ୍ବାସ
ଯମୁନା ଜାହ୍ନବୀ ପରି,
ପ୍ରୟାଗ ପରାଏ  ଏକାଧାରେ କିଏ
ପାରେ ତୁମ୍ଭ ବିନେ ଧରି ।

'ଗୀତା' ଗୂଢ ବାଣୀ  ଲୋକରେ ବଖାଣୀ
ପଚାରିଲ ତତ୍ତ୍ବ ଜ୍ଞାନ,
ଧର୍ମ୍ମ ସାଧାରଣ  କରିବା କାରଣ
କଲ ଆନ ଗୀତାମାନ (୧) ।

"କମଳ ଲୋଚନ"  କୋମଳ ବଚନ
ଶିଶୁମୁଖେ ଜିଣେ ବୀଣା,
ବୃଦ୍ଧ ଯୁବା ଯୋଗୀ  ଭକ୍ତ ଅନୁରାଗୀ
ସର୍ବେ ତବ ପଦେ କିଣା ।

ଦୁର୍ଲ୍ଲଭ ସଂସ୍କୃତ-  ଭାଣ୍ଡେ ଯେ ଅମୃତ
ରଖିଗଲେ ବାଲମୀକି,
କେବଳ କୋବିଦ  ପାଇଲେ ଆସ୍ବାଦ
ମିଲିଲା ନାହିଁ ସଭିଙ୍କି ।

(୧) ନାମରତ୍ନ ଗୀତା, ଉଦ୍ଧବ ଗୀତା, ଗୁପ୍ତ ଗୀତା ଇତ୍ୟାଦି ।

[ ୧୧ ]