ପୃଷ୍ଠା:Abakash chinta.pdf/୨୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅବକାଶ-ଚିନ୍ତା


ତୁମ୍ଭ ବୀରବାଣୀ  ସଂଗ୍ରାମ-କାହାଣୀ
ଶ୍ରବଣେ ଆଜି ଉତ୍କଳେ,
ଚିର ପରାଧୀନ  କ୍ଷୀଣ ଜଡ ପ୍ରାଣ
ଜାଗେ କ୍ଷଣ ନବବଳେ ।

ତୁମ୍ଭ ଗୀତେ ସିନା  ଶକ୍ତିଶାଳୀ ସେନା
ହୋଇଣ କୃଷକପନ୍ତି,
ଜିଣି ଶତ୍ରୁଗଣେ   ଉଡାଇଲେ ରଣେ
ଉତ୍କଳର ବୈଜୟନ୍ତୀ ।

ଉଠ ଶୂଦ୍ରମୁନୀ!  କେତେ କାଳ ତୁନୀ
ହୋଇ ରହିଥିବ ଆଉ,
ଭାରତ ଢଇଳେ  ନବ ଜ୍ଞାନ-ଦୀପ୍ତ
ଜଳୁ ଥରେ ଦାଉ ଦାଉ ।

ଉଠୁ ଘରେ ଘରେ  ଅକୁଣ୍ଠିତ ସ୍ବରେ
ସ୍ବାଧୀନ ସଙ୍ଗୀତ-ଧ୍ବନି,
ଗାଆନ୍ତୁ ଉତ୍କଳେ   ବୃଦ୍ଧ ଯୁବା ବାଳେ
“ଜୟ ଭାରତ ଜନନୀ " ।

[ ୧୪ ]