ପୃଷ୍ଠା:Abakash chinta.pdf/୨୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅନଙ୍ଗଭୀମ ଦେବ

ଭୀମ ପରାକ୍ରମ ହେ ଅନଙ୍ଗଭୀମ !
କିପରି ଯିବି ପରତେ,
ରାଜ-ସିଂହାସନ ରାଜିଥିଲ ଦିନେ
ବିଶାଳ ଉତ୍କଳ ସତେ ।

ସତେ କି ହେ ଛାମୁ ଅଗଣିତ ଚମ୍ପୁ
ପଲକେ ହୋଇଣ ସ୍ଥୂଳ,
ବୀର ଦର୍ପଭରେ ଅରାତି-ଅନ୍ତରେ
କରୁଥିଲ ଶଙ୍କାକୁଳ ?

ଏ କି ସେ ଉତ୍କଳ ଯାର ଉର୍ଜ୍ଜ୍ୱସ୍ଥଳ
ବିନ୍ତ୍ରମୀ ବିରାଟ ଥାଟ,
ଜାତି ଗଉରବେ ଜିଣିଲେ ଆହବେ
ଦୂର ଗଉଡ଼ କର୍ଣ୍ଣାଟ ।

ଥିଲା କି ହେ ଦିନ ଯେବେ ପ୍ରଜାଗଣ
ପିତୃତୁଲ୍ୟ ସୁଶାସନେ,
ଧନ ଜ୍ଞାନ ବଳ ଅର୍ପିଲେ ସକଳ
ସ୍ୱଧର୍ମ୍ମ ଶ୍ରେୟଃ ସାଧନେ ।

[ ୧୫ ]