ପୃଷ୍ଠା:Abakash chinta.pdf/୨୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅବକାଶ-ଚିନ୍ତା


ମିଥ୍ୟା ବୋଲି ଅବା କେମନ୍ତେ ବୋଲିବା
ଦେଖୁ ଏବେ ନିଜ ନେତ୍ର,
ଧରି ଦର୍ପ ଦମ୍ଭ ତୁମ୍ଭ କିର୍ତ୍ତି-ସ୍ତମ୍ଭ
ରାଜେ ନୀଳାଚଳ କ୍ଷେତ୍ରେ ।

ନୀରବ ତାଡ଼ନା ପବିତ୍ର ପ୍ରେରଣା
ଦିଏ ନିଷ୍ପନ୍ଦ ଉତ୍କଳେ,
ଅତୀତ ବିଭୁତି ଗଉରବ ସ୍ମୃତି
ଜଗାଏ ହୃଦେ ଉଜ୍ଜ୍ୱଳେ ।

ସ୍ମୃତି ବଳେ କୃତୀ ହୋଇ କେତେ ଜାତି
ଜଗତେ ଟେକନ୍ତି ମଥା,
କିମ୍ପା ସେ ବିଧାନ ପୁରାଣ-ପ୍ରଧାନ
ଉତ୍କଳ ପକ୍ଷେ ଅନ୍ୟଥା?

ଉଠ ହେ ଉତ୍କଳୀ ଜଡ଼ତା-ଶିକୁଳି
ପିଙ୍ଗିଣ ଦୂରେ ବହନ,
ଅମର ଭୁବନୁଁ ଶ୍ରୀ ଅନଙ୍ଗଦେବ
କରୁଛନ୍ତି ଆମନ୍ତ୍ରଣ ।

କର୍ଣ୍ଣ ଡେରି ଶୁଣ ସେ ଦିବ୍ୟ ଆହ୍ୱାନ
ସ୍ମର ପୂର୍ବ ଯଶ ବାରେ,
ପୂର୍ବ ବଂଶ ନାମେ ଶ୍ରୀ ଅନଙ୍ଗଭୀମେ
ପୂଜ ସୌର୍ଯ୍ୟ ଉପହାରେ ।

[ ୧୬ ]