ପୃଷ୍ଠା:Abakash chinta.pdf/୩୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

 
ସାମନ୍ତ ଚନ୍ଦ୍ରଶେଖର*

ଉତ୍କଳ ଭାସ୍କର ହେ ଚନ୍ଦ୍ରଶେଖର !
ଋଷିପ୍ରଭା ମହାମତି,
ସିଦ୍ଦାନ୍ତ-ଦର୍ପଣେ ଦେଖି ଦେଖାଇଲେ
ଚନ୍ଦ୍ର ତାରା ଗ୍ରହ ଗତି ।

ପାର୍ଥିବ ଶରୀରେ ରହିଛି ମହୀରେ
କିନ୍ତୁ ଏଥି ନାହିଁ ଦୃଷ୍ଟି,
ଦିବ୍ୟସୁଖେ ନିତି ନିରେଖ ବିଧାତା
ବିଚିତ୍ର ସ୍ୱରଗ ସୃଷ୍ଟି ।

ଯଶ ପ୍ରତି ଆଶା ଆହେ ମହାଯଶା
ନ ପୋଷ ହୃଦୟେ କ୍ଷଣେ,
ସତ୍ୟ ଲାଗି ସତ୍ୟ ନିଃସ୍ୱାର୍ଥେ ଖୋଜିଲ
ଆଜୀବନ ତ୍ରିଭୁବନେ ।

ପଡ଼ା ଖଣ୍ଡ ମଧ୍ୟେ ଅଲକ୍ଷିତେ ଦିନ
ଯାପିଲ ଧରଣୀ ହିତେ,
ପଡ଼ା ଖଣ୍ଡେ ସୁଦ୍ଧା ଉପହାର ଦେବା
କେହି ନ ବିଚାରେ ଚିତ୍ତେ ।

*ଜୀବିତ ସମୟରେ ଲିଖିତ । [ ୨୧ ]