ପୃଷ୍ଠା:Abakash chinta.pdf/୩୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

 

ସ୍ୱର୍ଗୀୟ ପଣ୍ଡିତ ହରିହର ଦାସ ଶର୍ମା *

ଆହେ ହରିହର ସୁଯୋଗ୍ୟ କୁମର
ଥିଲ ଉତ୍କଳମାତାର,
କି ମଙ୍ଗଳ କ୍ଷଣେ ଉତ୍କଳ ଭୁବନେ
ହେଲା ତୁମ୍ଭ ଅବତାର।

ସମାଜ-ଦୁର୍ଗତି ସମୟର ରୀତି
ବୁଝିଥିଲ ତୁମ୍ଭେ ଏକା,
ସଂସ୍କାର ବାସନା ସାଧୁ ପ୍ରାଣେ ସିନା
ତେଣୁ ଦେଇଥିଲା ଦେଖା ।

* ଏ ଜଣେ ପୁରୀର ବିଖ୍ୟାତ ପଣ୍ତିତ ଥିଲେ । ଏହାଙ୍କ ଯତ୍ନରେ ପୁରୀ ସଂସ୍କୃତ ବିଦ୍ୟାଳୟ ସଂସ୍ଥାପିତ । ଭାରତର ନାନା ସ୍ଥାନର ସଭା ମାନଙ୍କରେ ଏ ନିଜ ଅସାଧାରଣ ବାଗ୍ମିତାର ପରିଚୟ ଦେଇଥିଲେ । ୩୫ ବର୍ଷ ସମୟରେ ମାନବଲୀଳା ସମ୍ବରଣ କରିବାରୁ ନିଜର ଉଚ୍ଚ କଳ୍ପନାମାନ କାର୍ଯ୍ୟରେ ପରିଣତ କରିପାରିଲେ ନାହିଁ ।

[ ୨୩ ]