ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ଅବକାଶ-ଚିନ୍ତା
କେତେ ଉଚ୍ଚଭାବ0 ଲଭିଥିଲା ଠାବ
ତୁମ୍ଭ ଉଦାର ହୃଦୟେ,
କି କଲା ଦଇବ କେ ତାହା ସହିବ
ଚାଲିଗଲ ଅସମୟେ ।
ମୂକ ହୋଇକରି(୧) ଆଜିଯାଏ ହରି
ଯେବେ ରହିଥାନ୍ତି ବଞ୍ଚି,
ଓଡିଆଙ୍କ ହାତେ ଦେଇଥାନ୍ତ ସତେ
ଉନ୍ନତି ଭଣ୍ଡାର କଞ୍ଚି ।
ନବ୍ୟ ପୁରାତନ ରୁଚି ସମ୍ମିଳନ
କରିବ ଏବେ କିଏ ସେ ?
ଉତ୍ସାହ ଉଦ୍ୟମ ସାହସ ଅଦମ୍ୟ
କାହିଁ ଏ ଉତ୍କଳ ଦେଶେ !
ପାଞ୍ଚିଥିଲ ମନେ ତେଜିବେ ବ୍ରାହ୍ମଣେ
ଯେବେ ଚିର କୁସଂସ୍କାର,
ଅନ୍ୟ ଯେତେ ଜାତି ଉଠିବେ ଝଟତି
ହେବ ଉନ୍ନତି ପ୍ରଚାର ।
ନିଦାରୁଣ କାଳ କିନ୍ତୁ ଏ ସକଳ
ସହି ନ ପାରିଲା କ୍ଷଣେ ;
ବନଫୁଲ ପରି ଅଚିରେ ବିକଶି
ଝାଉଁଳି ପଡିଲ ବଣେ ।
(୧) ମରିବାର ଏକବର୍ଷ ପୂର୍ବରୁ ଏ ମହୋଦୟ ମୂକ ହୋଇ ଯାଇଥିଲେ ।
[ ୨୪ ]