ବିଶ୍ୱପତିଙ୍କର ଅନନ୍ତ ଶକ୍ତି ହୃଦେ ପ୍ରକଟେ,
ପରିପୁଷ୍ଟ ହୁଏ ସେ ଭାବ ଚାହିଁ ଗଗନ-ପଟେ ।
ନିତି ନିତି ଦେଖି ତୋ ତୀରେ ନବ ଛବି ପଟଳ,
ଜାଣିଲି ସ୍ୱଭାବେ କାମିନୀ ହୃଦ ଅତି ଚପଳ ।
ହେଉ ପଛେ ଯେତେ ମାନିନୀ ଗୁଣବତୀ ଯୁବତୀ,
ନବ ନବ ବେଶ ଭୂଷଣେ ସଦା ବଳାଏ ମତି ।
ସୁଦୃଢ଼ ଗମ୍ଭୀର ନୁହଇ ଯେଣୁ ନାରୀ-ହୃଦୟ,
ତେଣୁ ସିନା ନରେ ଅଟନ୍ତି ନାରୀ ଜାତି ଆଶ୍ରୟ ।
ସୁକୋମଳ କ୍ଷୀଣ ବଲ୍ଲରୀ ଲଭି ପାଦପ ସଙ୍ଗ,
ଆହା କି ପରମ ମଞ୍ଜୁଳ ଦିଶେ ଉଭୟ ଅଙ୍ଗ ।
ତେବେ କିପାଁ ଏତେ ଯୁଝନ୍ତି ସଭ୍ୟ ନାରୀ-ସମାଜ,
ପତିଗଣ ସଙ୍ଗେ ସର୍ବାଂଶେ ସମ ହେବାକୁ ଆଜ ।
ରହିବ ବେନିଙ୍କ ପ୍ରକୃତି ମଧ୍ୟେ ନିଶ୍ଚେ ଭିନ୍ନତା,
କିଏ ସେ କରିବ ଅନ୍ୟଥା ଯାହା କଳ୍ପିଛି ଧାତା ।
ପ୍ରିୟ କଲ୍ଲୋଳିନି ! ତୋ ତୀରେ ଆଜି କଲି ଲୋକନ,
ପବିତ୍ର-ସରଳ ଆଦର୍ଶ ନାରୀ ଶୁଦ୍ଧ ଜୀବନ ।
ପତି ପାଦ-ସେବା କରିବା ପାଇଁ ହେ ସ୍ରୋତସ୍ୱତି !
ଅକ୍ଷୂନ୍ନ ମାନସେ ସନ୍ତତ କରୁ ଏକାନ୍ତେ ଗତି ।
ପରିଶିବା ମାତ୍ରେ ତୋ ତନୁ ସୁଶୀତଳ ସମୀର,
ଊର୍ମି ଛଳେ ଲାଜ ଭୟରେ କମ୍ପିଉଠେ ତୋ ନୀର ।
କୁଳକାମିନୀରେ ଏପରି ସିନା ମହତ ରୀତି,
ଲଜ୍ଜାବତୀ ହୋଇ ଏକାନ୍ତେ କାନ୍ତେ ଆଚରେ ପ୍ରୀତି ।
ପ୍ରେମ ମଧୁରତା ସ୍ନେହାଦି ସ୍ନିଗ୍ଧ ଭାବ ସକଳ,
ତୋ ସ୍ୱଚ୍ଛ ଜୀବନେ ଦେଖଇ ଜ୍ଞାନୀ ନେତ୍ର କେବଳ ।
ପୃଷ୍ଠା:Abakash chinta.pdf/୪୩
Appearance
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ