Jump to content

ପୃଷ୍ଠା:Abakash chinta.pdf/୪୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

କାଠଯୋଡ଼ୀ ତୀରେ ଚନ୍ଦ୍ରାଲୋକ ନିଶୀଥ

ଅସଂଖ୍ୟ ତାରକାପନ୍ତି ଗଗନମଣ୍ଡଳେ,
ଶୁଣନ୍ତି ସେ ମହାଗୀତି ନୀରବ ନିଶ୍ଚଳେ ।
ମୂଢ଼ ଜ୍ଞାନହୀନ ମୁହିଁ କିଛି ନ ବୁଝଇ,
ତେବେ ହେଲେ ମୋ ଅନ୍ତର ଉଲ୍ଲସି ଉଠଇ ।
ଦେଖି ଶାନ୍ତିମୟ ଦୃଶ୍ୟ ସୁଣି ଏ ସୁସ୍ୱର,
ଅପୂର୍ବ ସ୍ୱର୍ଗୀୟ ସୁଖେ ପୂରେ ମୋ ଅନ୍ତର ।
ଜାଣିଲି ମାନବ-ହୃଦ ସଙ୍ଗେ ଆଦିକନ୍ଦ,
ସ୍ଥାପିଛନ୍ତି ପ୍ରକୃତିର ବିଚିତ୍ର ସମ୍ବନ୍ଧ ।
କିନ୍ତୁ ଦୁରାଚାରୀ ନର ମୂଢ଼ ନିରନ୍ତର,
ସେ ସଂଯୋଗ ଛେଦିବାକୁ ବଡ଼ ତତପର ।
ନୀଚ ବୃତ୍ତି ସକଳର ହୁଏ ଯେଣୁ ଦାସ,
ସୁନ୍ଦର ପ୍ରବୃତ୍ତିଚୟ ଲଭନ୍ତି ବିନାଶ ।
ଧନ୍ୟ ସେହି କୃଷିଜୀବି ଆଦି ଆର୍ଯ୍ୟଦଳ,
ଗାଇଲେ ଯେ ଆଦି ତତ୍ତ୍ୱ ସଙ୍ଗୀତ ସରଳ ।
ଜଡ଼ ବସ୍ତୁ ହୃଦେ ଯେହୁ କଲେ ବିଲୋକନ,
ମହାଶକ୍ତି ମହାତେଜଃ ଅନାଦି କାରଣ ।
ଜନମିଥାନ୍ତି ସେ ଯୁଗେ ହେଲେ ମୁଁ ପାମର,
ସୁଖେ ସେବା କରିଥାନ୍ତି ପ୍ରକୃତି ପୟର ।
ବାହ୍ୟ ଆବରଣ ଫେଡ଼ି ପ୍ରକୃତି ଅନ୍ତରେ,
ଦିବ୍ୟ ଜ୍ଞାନନେତ୍ରେ ହେଲେ ଦେଖିଥାନ୍ତି ଥରେ ।
ଅପ୍ରାକୃତ ପ୍ରେମ-ରୂପ ସତ୍ୟ ସନାତନ,
ଅନନ୍ତ ବାସନା ହୋଇଥାନ୍ତା ପୂରଣ ।
ଧନ୍ୟ କାଠଯୋଡି ! ଧନ୍ୟ ପ୍ରୟ ଶୈବଳିନି,
ତାପିତ ହୃଦେ ତୁ ଶାନ୍ତି ସୁଧା ସଂଚାରିଣୀ ।

[ ୩୫ ]