ପୃଷ୍ଠା:Abakash chinta.pdf/୪୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଅବକାଶ-ଚିନ୍ତା

 
ଦେଇ ଆପଣା ଶୁଦ୍ଧ ଜୀବନ
ତୋଷ କେତେ କେତେ ଜୀବଗଣ
ପର ହିତେ ଏକା ନିରନ୍ତର ବିକା
ଧନ୍ୟ ଧନ୍ୟ ତୋ ମହତ ପଣ, ଲୋ ତଟିନି ! (୫)

ବର୍ଣ୍ଣିବାକୁ ତୋର ଗୁଣ ଗତି
ଛାର ମୋର କି ଅଛି ଶକତି
କିନ୍ତୁ ସ୍ରୋତସ୍ୱତି ! ସଦା ତୋହ ପ୍ରତି
ଥାଏ ମୋ ମନେ ସ୍ନେହ-ଭକତି, ଲୋ ତଟିନି ! (୬)

ଦେଖି ନାହିଁ ମୁ ମାତୃବଦନ
ପାନ କରି ନାହିଁ ମାତୃସ୍ତନ
ହୋଇଣ ସଦୟ ଦେଇ ନିଜ ପୟ
ବଞ୍ଚାଇଲୁ ମୋ ଶିଶୁ-ଜୀବନ, ଲୋ ତଟିନି ! (୭)

ଚିନ୍ତା ବାହୀନି ବାଲ୍ୟ ସମୟେ
ବହୁ ଖେଳିଅଛି ତୋ ହୃଦୟେ
ମୋର କେତେ ଅଳି ଅଛି ତୁ ସମ୍ଭାଳି
ମନେ ଥିବ ଜୀବ ଯିବାଯାଏ, ଲୋ ତଟିନି ! (୮)

ମୋର ପିତୃ-ପିତାମହଗଣ
କରି ତୋ ନିରେ ସ୍ନାନ-ତର୍ପଣ
ଲକ୍ଷ୍ମଣ-ବନ୍ଦିତା ଯାଗେଶ୍ୱରୀ ମାତା(୧)
ପଦେ ପୂଜୁଥିଲେ ଅନୁକ୍ଷଣ, ଲୋ ତଟିନି !(୯)

(୧) ଭାର୍ଗବୀକୂଳରେ ଯାଗେଶ୍ୱରୀ ଦେବୀଙ୍କ ମନ୍ଦିର ଅଛି । ପ୍ରବାଦ ଅଛି, ଦଣ୍ତକାରଣ୍ୟରେ ଭ୍ରମଣ କଲାବେଳେ ଲକ୍ଷ୍ମଣ ଏହାଙ୍କୁ ପୂଜା କରିଥିଲେ ।

[ ୩୮ ]