ପୃଷ୍ଠା:Abakash chinta.pdf/୫୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଅବକାଶ-ଚିନ୍ତା

ତେଣୁ ତୋ ପଦେ କରେ ବିନତି
ଜୀବ ଥିବାଯାଏ ସ୍ରୋତସ୍ୱତି !
ଭବ-ଦୁଃଖ ନାଶି   ଭାବ ରାଶି ରାଶି
ଚିତ୍ତେ ଜନ୍ନାଇବୁ ଏହି ମତି, ଲୋ ତଟିନି ! (୧୫)

ପିଣ୍ଡ ପଡୁ ତୋ ସିକତା ବାସେ
ଯାଗେଶ୍ୱରୀ ଜନନୀ ସକାଶେ
ପୁନ୍ନାଗ ବକୁଳ   ନାନା ଜାତି ଫୁଲ
ଝଡି ପଡୁଥାଉ ଚଉପାଶେ, ଲୋ ତଟିନି ! (୧୬)

ଅବଶେଷେ ମୋ ଜୀବନ-ନଦୀ
ମିଶି ତୋ ସଙ୍ଗତେ ନିରବଧି
ଲଭି ଚିର ଶାନ୍ତି  ହରୁ ସର୍ବକ୍ଲାନ୍ତି
ଭେଟୁ ଅତଳ କାଳ-ଜଳଧି, ଲୋ ତଟିନି ! (୧୭)

[ ୪୦ ]