ପୃଷ୍ଠା:Abakash chinta.pdf/୬୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

 
ବାଲିଯାତ୍ରା ସନ୍ଧ୍ୟାରେ ମହାନଦୀ ତୀରେ

ସୁନ୍ଦର ଶରଦ ସନ୍ଧ୍ୟା ସୁନୀଳ ଆକାଶେ,
ଚାରୁପୂର୍ଣ୍ଣ ଶଶଧର ଉଜ୍ଜ୍ୱଳେ ବିଭାସେ ।
କୋମଳ ମୟୁଖ ମାଳେ ହସିଉଠେ ମହୀ,
ସରସ ସରୀତ ବକ୍ଷ କମ୍ପେ ରହି ରହି ।
ଖେଳେ ତଥିପରେ ଶତ ଶତ ଜ୍ୟୋତ୍ସ୍ନାଧାରା,
ନାଚେ ନଦୀଗର୍ଭେ ଶଶୀ ସହ ଶତ ତାରା .
ପୂଲକେ ପୂରିତ ଏବେ ହୁଅଇ ଅନ୍ତର,
ପ୍ରକୃତିକି କରିଅଛି ମୋହନ ମନ୍ତର ?
ଠୁଳ ହୋଇଛନ୍ତି ଏଥୁ ବହୁ ଶତ ଜନ,
ଏ ଛବି ନିରେଖେ ନାହିଁ କାହାରି ନୟନ
ନାନା ରଙ୍ଗେ ମାତି ଏବେ ହୋଇଛନ୍ତି ଭୋଳ,
ତେଣୁ ଶୁଭେ ଏଡ଼େ ଘୋର ମୁଖରାବ ଗୋଳ ।

[ ]