ପୃଷ୍ଠା:Abakash chinta.pdf/୬୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ବାରବାଟୀ ଦଶା ଲଭି କେତେ ରସାତଳେ,
ଉଠିଅଛିଟି କି ସ୍ଥାନ ଅଭିନବ ବଳେ ।
ତେବେ କିମ୍ପା ବାରବାଟୀ ହେବ ଆଶାହୀନ?
ତେବେ କିମ୍ପା ବାରବାଟୀ ବଦନ ମଳିନ?
ଢାଳିଦିଅ ସୁଧାକର ଦିବ୍ୟ ସୁଧାଝରୀ,
ଉଠୁ ମହାନଦୀ ବକ୍ଷେ ଉତ୍ତୁଙ୍ଗ ଲହରୀ ।
ଧୋଇ ବାରବାଟୀ ମୁଖ କରୁ ସମୁଜ୍ଜ୍ୱଳ,
ଶୁଦ୍ଧ ଧର୍ମମଦେ ସର୍ବେ ହୁଅନ୍ତୁ ବିହ୍ୱଳ ।
ସଞ୍ଚରୁ ଏ ସଂକୀର୍ତ୍ତନ ପବିତ୍ର ଉଚ୍ଛ୍ୱାସ,
କର୍ମବୀର,ଧର୍ମବୀର ହୁଅନ୍ତୁ ପ୍ରକାଶ ।