ପୃଷ୍ଠା:Abakash chinta.pdf/୬୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଗଞ୍ଜାମ ଜାତୀୟ ସମିତି

(୨)

ଦିନେ ଚାଲି ଯାଇଥିଛି ଆହା ସେ ସୁଦିନ,
ସୁଭଗା ଉତ୍କଳ ତେଣୁ ଆଜି ଦୀନହୀନ ।

ଦିନେ ଯେଉଁ ଧ୍ରୁବତାରା କାଞ୍ଚି ଯାତ୍ରାକାଳେ,
ଚିଲିକାର ଚାରୁବକ୍ଷେ ନୀଳ ଊର୍ମିମାଳେ ।

ଚଳାଇଲା ଶତ ଶତ ଓଡ଼ିଆ ବୋଇତ,
ଜାତୀୟ ସମିତିରୂପେ ଆଜି ସେ ଉଦିତ ।

(୩)

ଧନ୍ୟ ହେ ଗଞ୍ଜାମବାସୀ ଓଡିଆ ସକଳ,
ଧନ୍ୟ ତୁମ୍ଭ କଉଶଳ,ଧନ୍ୟ ତୁମ୍ଭ ବଳ ।

ରାଧାକୃଷ୍ଣ ପ୍ରେମ କଥା ମଧୁର ସଙ୍ଗୀତେ,
ତନ୍ତ୍ରୀମୁଖେ ବଳଦେବ ଯହିଁ ଶୁଦ୍ଦଚିତ୍ତେ ।

ଯହିଁ ମହାକବି ଭଞ୍ଜ ଶ୍ରୀରାମ ଚରିତ,
ଗାଇଲେ ପ୍ରଥମ ଦିବ୍ୟ ରସମୟ ଗୀତ ।

ରାମକୃଷ୍ଣ ପଦ ଲାଗି(୧) ଯାର ଧୂଳି ପୂତ ,
ତୁମ୍ଭେମାନେ ସେ ଗଞ୍ଜାମ ଉପଯୁକ୍ତ ସୂତ ।

(୧) କବି କୃଷ୍ଣ ସିଂହ ଗଞ୍ଜାମ ଅଧିବାସୀ ଥିଲେ । ବଳରାମ ଦାସ ଋଷିକୁଲ୍ୟା ନ‌ଦୀକୂଳରେ କେତେକ ଦିନ ଆଶ୍ରମ କରିଥିବାର ତାଙ୍କ 'ରାମାୟଣ'ରୁ ଦେଖାଯାଏ ।

[ ୫୭ ]