ପୃଷ୍ଠା:Abakash chinta.pdf/୭୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅବକାଶ-ଚିନ୍ତା

 
କ୍ରୋଧ

ମାନବ ଦୁରନ୍ତ ରିପୁ ଅନଳପ୍ରିତମ
ସାଧୁମୁଖେ ନ୍ରୋଧ! ସଦା ତବ ନିନ୍ଦାବାଦ;
ତୁମ୍ଭ ଆବିର୍ଭାବେ ଘଟେ ଅଶାନ୍ତି ଅସୀମ,
 ସମାଜ ଶାସନେ ଘୋଟେ ଘୋର ପରମାଦ!

ମହାକାଳରୂପୀ ଦେବ ! ଯେବେ ପରକାଶେ
ସତ୍ୟର ସପକ୍ଷେ ତବ ଭୀମକାନ୍ତ କାୟା;
ନାଶେ ପାପୀ ଭୟେ ନାଚେ ଧାର୍ମିକ ଉଲ୍ଲାସେ,
ସେ ମୂର୍ତ୍ତି ସମ୍ମୁଖେ ନମେ କ୍ଷୀଣ ଭବମାୟା ।

ଜର୍ଜରିତ ଅତ୍ୟାଚାର ଅନ୍ୟାୟ ଦୂଷଣେ
ପ୍ରଚଣ୍ଡ ପ୍ରଭାବେ ପ୍ରେରି(୧) ତ୍ରିଂଶକୋଟି ପ୍ରାଣେ
ସତ୍ୟ ଧର୍ମ ନ୍ୟାୟ ସଖା ରୁଦ୍ରରୂପୀ କ୍ରୋଧ!
ନମେ ତବ ପଦେ, କର ପାପ ପ୍ରତିଶୋଧ ।

(୧) ପ୍ରେରି-ପ୍ରେରଣା କରି (inspiring)