ପୃଷ୍ଠା:Abakash chinta.pdf/୭୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରେଭେନ୍‌ସା କଲେଜରୁ ବିଦାୟ

ସତେ ଆଜି ଜନନି ! ଏ ଅଧମ ତନୟ
ସଂସାର-ଘଟନା-ବଳେ
ଭାସି ଶୋକ ଦୁଃଖ ଜଳେ
ଛାଡ଼ିଲା ତୁମ୍ଭର ଚାରୁ ଅଙ୍କ ମଧୁମୟ,
ନିଃସହାୟେ ଲୋଡ଼େ ଏବେ ସଂସାରେ ଆଶ୍ରୟ ।

ସଂସାର ବିଷମ ସ୍ଥାନ
ନାହିଁ ଜ୍ଞାନ, ନାହିଁ ଧ୍ୟାନ,
ଅଜ୍ଞାନେ ସକଳେ ଏଥି ସତତ ଚଞ୍ଚଳ,
ତୋ କୋଳ ସମାନ ନାହିଁ ଶାନ୍ତିମୟ ସ୍ଥଳ ।

[ ୬୫ ]