ପୃଷ୍ଠା:Abakash chinta.pdf/୭୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅବକାଶ-ଚିନ୍ତା


 

ମୋ ନାନୀ

ଆବାଲ୍ୟ ବିଧବା ଆହା ! କେବେ ମାତ୍ର ବାରେ
ଭୋଗି ନାହିଁ ଦିବ୍ୟ ଶୁଦ୍ଧ ଦାମ୍ପତ୍ୟ-ପ୍ରଣୟ,
ପର ସେବାବ୍ରତେ ନିଜ ଜୀବନ ସଞ୍ଚୟ
ବ୍ୟୟ କରିବାକୁ ତବ ଜନ୍ମ ଏ ସଂସାରେ ।

ସଦା ସମଭାବ ତବ ଭିତରେ ବାହାରେ,
ପର ଲାଗି ଆଲୋଡ଼ିତ ସତତ ହୃଦୟ,
ଆଜୀବନ ତେଜି ନିଜ ସୁଖ ସମୁଚ୍ଚୟ,
ସୁଧା ସମ ମାତୃଭାବ ମିଳେ ତୁମ୍ଭଠାରେ ।

ସଦାଶୟା ସ୍ନେହମୟୀ ପରମପାବନୀ,
ଜୀବନ ମହତ ଲକ୍ଷ୍ୟ ସାଧୁଛ ଗୁପତେ,
ତୁମ୍ଭ ରୀତି ଆଚରିଲେ ସକଳ କାମିନୀ,
ଓହ୍ଲାଇ ଆସନ୍ତା ସ୍ୱର୍ଗ ଏ ମର୍ତ୍ତ୍ୟ ଜଗତେ ।

ତୁମ୍ଭର ନିଷ୍କାମ ସ୍ନେହ ସଦା ଥିବ ମାନି,
ଯହିଁ ଥିଲେ ସ୍ମରୁଥିବି ନିତି " ନାନୀ, ନାନୀ "

[ ୬୮ ]