ପୃଷ୍ଠା:Abakash chinta.pdf/୮୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଗ୍ରୀଷ୍ମେ ଖୁଣ୍ଟାଗଛ

ହେ ତରୁବର ! କାହିଁ ସେ କଳେବର?
ଅଳିପଦିନ ତଳେ ଏଡ଼େ ସୁନ୍ଦର !
ମନୋଜ୍ଞ କିଶଳୟଦଳେ ଶୋଭିତ,
ମୋହିତ କରୁଥିଲୁ ଭାବୁକ ଚିତ୍ତ ।
ନବୀନ ଯୁବାଜନ ସମ ପ୍ରଫୁଲ୍ଲ,
ଦିଶୁଥିଲୁ ରେ ଦ୍ରୁମ କେଡେ ମଞ୍ଜୁଳ !
ଏବେ କି ପାଇଁ ତେଜି ସେ ଦିବ୍ୟ ଦେହ,
ଏ ଦୀନହୀନ ବେଶେ କରୁଛୁ ସ୍ନେହ ?
ଖୁଣ୍ଟା ଶରୀରେ ସ୍ଥିରେ ହୋଇଛୁ ଛିଡ଼ା,
ପୂର୍ବ ପରି ପବନେ ନାହିଁ ତୋ କ୍ରୀଡ଼ା ।
କଙ୍କାଳ ମାତ୍ର ଅଛି ତୋ ଅବଶିଷ୍ଟ,
ନ ଜାଣଇ ପଡିଲା କି ଦଶା ରିଷ୍ଟ ।
ନିଦାରୁଣ ନିଦାଘ ହୋଇ ଭଗାରି,
ବଳ ବୟସ ବପୁ ଦେଲା କି ସାରି?

[ ୭୫ ]