Jump to content

ପୃଷ୍ଠା:Abakash chinta.pdf/୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

 ‘ଅନାଥା କଳିକା’ ବିଷୟରେ କବିତା ଲେଖି ତା ଦୁଃଖରେ କାତର ହୋଇ ଲେଖିଛନ୍ତି:-

“ପ୍ରଣୟର ସ୍ଥାନ ନୁହେଁ, ଏ ସଂସାର ଏକା,
ପ୍ରେମେ ପ୍ରଣୟୀ ସଙ୍ଗତେ ହେବ ସ୍ୱର୍ଗେ ଦେଖା
ଏହି ଦିବ୍ୟ ସାନ୍ତ୍ୱନାରେ ଆଶ୍ୱାସିଣ ମନେ,
କ୍ଷଣେ ଏଥି ରହି ଚଳ ଅମର ଭୁବନେ ।”

ନିଜ ଜୀବନର ପୂର୍ଣ୍ଣ ଯୌବନ ସମୟ ୨୬ ବର୍ଷ ବୟସର ପ୍ରଥମ ପ୍ରବେଶରେ କବିତା ଲେଖି ସେ ପ୍ରାର୍ଥନା କରିଛନ୍ତି

ଧର୍ମ ଅନୁକୂଳ ଯେବେ ମୋ କାମନାଚୟ,
ସାଧନେ ଶକତି ଦିଅ ପ୍ରଭୁ ଦୟାମୟ !”


ବିଶ୍ୱପ୍ରୀତି, ସ୍ୱଦେଶମୁକ୍ତି ଓ ଈଶ୍ୱର-ଭକ୍ତି, ତାଙ୍କ ଚିନ୍ତାର ଏହି ତ୍ରିବେଣୀ-ଧାରା ସେ ତାଙ୍କ ଲେଖା ଓ କବିତାରେ ବୁହାଇ ଦେଇ ଯାଇଛନ୍ତି ଏବଂ ଏ ଭାବରେ ଦେଶବାସୀ ଉଦ୍ଦୀପିତ ହୁଅନ୍ତ, ଏ ବାସନା ଓ ବ୍ୟାକୁଳତା ତାଙ୍କ ପ୍ରାଣକୁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଆଲୋଡ଼ିତ କରିଛି । ଆଜି ସେଇ ଉଦ୍ଦେଶ୍ୟରେ ସଂଗୃହୀତ କବିତାଗୁଡ଼ିକୁ "ଅବକାଶ-ଚିନ୍ତା" ପୃସ୍ତକାକାରରେ ତାଙ୍କ ଚତୁର୍ଦ୍ଦଶ ବାର୍ଷିକ ଶ୍ରାଦ୍ଧଦିବସରେ ଦେଶବାସୀଙ୍କ ହାତରେ ଅର୍ପଣ କରୁଛୁ ।

ଗଧାନାଥ ରଥ
ଗୋପବନ୍ଧସାହିତ ମନ୍ଦିର
ତା ୧୩।୭।୧୯୪୨