ପୃଷ୍ଠା:Abakash chinta.pdf/୯୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅବକାଶ-ଚିନ୍ତା

ଅଜ୍ଞାନ ତିମିରେ ଅନ୍ଧ ଭାରତ-ସନ୍ତାନ
ହରାଇଛନ୍ତି ଜାତୀୟ ମାନ ଅଭିମାନ,
ଆରେ ପ୍ରିୟ ପକ୍ଷିବର,
ଗାଅ ନାହିଁ ପୂର୍ବ ସ୍ମୃତି ବିଦରେ ଅନ୍ତର ।(୧୪)

ଜାଣିବ କି ହେ ପାଠକ ଏ ବିହଙ୍ଗ ନାମ,
ଜାଣିବା କି କାହିଁ ଏହା ସୁଖମୟ ଧାମ?
ନାମ ଏହାର କୋକିଳ,
ବସନ୍ତ-ରାଜ୍ୟ-ନିବାସୀ 'ସୁରକ୍ଷଣଶୀଳ' ।(୧୫)

ପ୍ରାଚୀନ ଉତ୍ତମ ବିଧିସକଳର ରକ୍ଷକ ।

[ ୮୨ ]