ପୃଷ୍ଠା:Akashare Luchakali.pdf/୧୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆକାଶରେ ଲୁଚକାଳି

ନିଜେ ଖୁବ ଜୋରରେ (୨୪ ଘଣ୍ଟାରେ ଥରେ) ନିଜ ଚାରିପଟେ ବୁଲେ । ତେଣୁ ତାରା ସମେତ ଆକାଶରେ ସବୁ କିଛି ଓଲଟା ଦିଗରେ ଦୌଡିଲା ଭଳି ମନେହୁଏ ।

ପୁର୍ଣ୍ଣମୀ ଓ ଅମାବାସ୍ୟା

ଆକାଶର ପଡିଆରେ ତାରାମାନେ ଖୁଣ୍ଟି ଭଳି ସ୍ଥିର ରହିଥା'ନ୍ତି । ସେମାନଙ୍କ ଭିତରେ ସୂର୍ଯ୍ୟ ଓ ଚନ୍ଦ୍ରର ସ୍ଥାନ ୨୪ ଘଣ୍ଟାରେ ଅତି ବେଶୀ ବଦଳେନାହିଁ । ତାରାଙ୍କୁ ଡେଇଁ ଡେଇଁ ଆକାଶରେ ଘେରାଏ ଦୌଡି ଆସିବାକୁ ସୂର୍ଯ୍ୟକୁ ଲାଗେ ୩୬୫ ଦିନ ବା ଏକବର୍ଷ । ଏହି ସମୟ ଭିତରେ ଚନ୍ଦ୍ର ୧୨ ଘେରାରୁ ବେଶୀ ଦୌଡିଯାଏ । ଦଉଡୁ ଦଉଡୁ କେବେ ଆମକୁ ତା'ର ଗୋଲ ତୋଫା ମୁହଁ ଦେଖାଇ ପୂନେଇ (ପୂର୍ଣ୍ଣମୀ) କରେ ତ ଆଉ କେବେ ଆମକୁ ତା'ର ଛାଇଆ ପିଠି ଦେଖାଇ ଅନ୍ଧାର ରାତିରେ ଅମାବାସ୍ୟା

[[ଫାଇଲ:|404px|page=10]]