ପୃଷ୍ଠା:Akashare Luchakali.pdf/୧୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆକାଶରେ ଲୁଚକାଳି

କଡୁଆ ହୋଇ ରହିପାରେ । ତେବେ ସୂର୍ଯ୍ୟ ଦେହରୁ ଖଣ୍ଡେ ଲୁଚିଯାଏ ଓ ଆମକୁ ଆଂଶିକ ପରାଗ ଭାବରେ ଦେଖାଯାଏ ।

ଛାଇ ଆଲୁଅର ଖେଳ

ସାଧାରଣ ଭାବରେ ଆମେ ଯାହାକୁ ଉହାଡ କରିବା କହୁଛେ ବିଜ୍ଞାନ ଭାଷାରେ ତାକୁ ଆଲୁଅର ବାଟ ବନ୍ଦ କରିବା କୁହାଯିବ । ତେଣୁ ସୂର୍ଯ୍ୟପରାଗରେ ଚନ୍ଦ୍ର ସୂର୍ଯ୍ୟକୁ ଲୁଚାଇବା ଅର୍ଥ ଚନ୍ଦ୍ରର ଛାଇ ଆମ ଆଖିରେ (ପୃଥିବୀ)ରେ ପଡିବା । ସେହିଭଳି ପୃଥିବୀର ଛାଇରେ ଚନ୍ଦ୍ର ରହିଲେ ଚନ୍ଦ୍ରଗ୍ରହଣ ହୁଏ ।

ଆମେ ଜାଣିଛେ ଯେ ଆଲୁଅର ବାଟରେ କିଛି ଅସ୍ୱଚ୍ଛ ଜିନିଷ ରହିଲେ ଛାଇର ସୃଷ୍ଟି ହୁଏ । ଆଲୋକ ଉସ୍ଚଟି ଯଦି ଛୋଟ ଓ ଜିନିଷଟି ବଡ ହୋଇଥାଏ ତେବେ ଗାଢ ବା ପୂରା ଅନ୍ଧାର ଛାଇ ପଡେ । ଜିନିଷ ତୁଳନାରେ ଯଦି ଗୋଟିଏ ବଡ ଅଞ୍ଚଳରୁ ଆଲୋକ ଆସେ ତେବେ ଦୁଇ ପ୍ରକାରର ଛାଇ ମିଳେ । ଛାଇର ମଝି ଭାଗରେ ଆଦୌ ଆଲୁଅ ପଡେନାହିଁ । ଏହି ଗାଢ ଛାଇକୁ ପ୍ରଛାୟା କୁହାଯାଏ । ଏଠାରୁ (ପ୍ରଛାୟାରୁ) ଦେଖିଲେ ବତୀଟି ଆଦୌ ଦେଖାଯିବ ନାହିଁ ।