ପୃଷ୍ଠା:Akashare Luchakali.pdf/୧୮

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆକାଶରେ ଲୁଚକାଳି

ପ୍ରଛାୟାକୁ ଘେରିଥିବା କିଛି ଅଞ୍ଚଳରେ ବତୀର ଗୋଟିଏ ଅଂଶରୁ ଆଲୁଅ ଆସେ । ତେଣୁ ଅଳ୍ପ ଅନ୍ଧାର ହୁଏ । ଏହାକୁ ଉପଛାୟା କୁହାଯାଏ । ଏଠାରୁ ଦେଖିଲେ ବତୀର କିଛି ଅଂଶ ଦେଖା ଯିବନାହିଁ । ଛାଇ କରୁଥିବା ବସ୍ତୁଟି ଯଦି ବର୍ତ୍ତୁଳ ବା ପେଣ୍ଡୁ ଆକାରର ହୋଇଥାଏ ତେବେ ପ୍ରଛାୟା ଓ ଉପଛାୟା ଦୁହେଁ ଶଙ୍କୁ (କାହାଳୀ) ଆକୃତିର ହେବେ । ପ୍ରଛାୟା ବତୀର ଓଲଟା ପଟକୁ ଗୋଜିଆ ହେବ; କିନ୍ତୁ ଉପଛାୟା ସେ ଦିଗକୁ ଓସାରିଆ ହୋଇଚାଲେ । ଛାଇ ପଡ଼ୁଥିବା କାନ୍ଥଠାରୁ ଜିନିଷଟି ଯଦି ବେଶୀ ଦୂରରେ ଥାଏ, ତେବେ ପ୍ରଛାୟା ସେଠାରେ ପ‌ହଞ୍ଚି ପାରେନାହିଁ । ଛାଇର ମଝିରେ ଓଲଟା-ପ୍ରଛାୟା ସୃଷ୍ଟି ହୁଏ । ଏହି ଅବସ୍ଥାରେ ଛାଇର ମଝିରୁ ବତୀର ମଝି ଅଂଶ ଦେଖା ଯାଏନାହିଁ; କିନ୍ତୁ ଧାରଟି ଦେଖିହୁଏ ।

ପରାଗର ଗତିବିଧି

ଠିକ୍ ଏହା ହେଉଛି ପରାଗ ଗ୍ରହଣର ରହସ୍ୟ । ଚନ୍ଦ୍ର ସୂର୍ଯ୍ୟଙ୍କର ଆକାର ଓ ଦୂରତାର ବିଶେଷତା ଯୋଗୁଁ ଆମେ ଛାଇ ଆଲୁଅର ସବୁ ପ୍ରକାରର ଖେଳ ଦେଖିଥାଏଁ । ସୂର୍ଯ୍ୟ ଆଲୁଅରେ ଚନ୍ଦ୍ରର ପ୍ରଛାୟା ୩,୭୫,୦୮୦ କି।ମି ଯାଏଁ ଲମ୍ବିଥାଏ । ଚନ୍ଦ୍ର ପୃଥିବୀ ନିକଟତମ ଅବସ୍ଥାରେ ଥିବାବେଳେ ଏହା ପୃଥିବୀକୁ ଛୁଇଁ ପୂର୍ଣ୍ଣ ପରାଗ ଦେଖାଏ । ଆଉ କେବେ ଛୁଇଁ ନପାରି ବଳୟ ପରାଗ କରେ । ପୃଥିବୀ ଉପରେ ସିଧା ସଳଖ ପଡିଲେ ଏହି ପ୍ରଛାୟାର ଆକୃତି ଗୋଲ ହୁଏ । ଏହାର ବ୍ୟାସ ଅତି ବେଶୀରେ ୨୬୨ କି।ମି ହୋଇଥାଏ ।

ଚନ୍ଦ୍ରର ଓ ପୃଥିବୀର ଗତି ଫଳରେ ପୃଥିବୀ ଉପରେ ଏହା ଘଣ୍ଟାକୁ ପ୍ରାୟ ୨୦୦୦ କି।ମି ବେଗରେ ପଶ୍ଚିମରୁ ପୂର୍ବକୁ