ପୃଷ୍ଠା:Akashare Luchakali.pdf/୨୦

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଆକାଶରେ ଲୁଚକାଳି
୧୮
 

ପଟକୁ ଥାଏ । ଧୀରେ ଧୀରେ ସେ ସୁର୍ଯ୍ୟର ରୂପା ଥାଳିଆକୁ ପଶ୍ଚିମ ଆଡରୁ ଘୋଡାଇବା ଆରମ୍ଭ କରେ । ପୃଥିବୀ ଉପରେ ଚନ୍ଦ୍ରର ଛାଇ ପୂର୍ବ ଆଡକୁ ମାଡି ଚାଲେ । କ୍ରମେ ସୂର୍ଯ୍ୟର ବେଶୀ ବେଶୀ ଭାଗ ଲୁଚିବାକୁ ଲାଗେ । ଶେଷରେ ସର୍ବାଧିକ ଗ୍ରାସ ଅବସ୍ଥା ଆସି ପହଞ୍ଚେ । ଏହି ଅବସ୍ଥାରେ ଛାଇର କେନ୍ଦ୍ର ଭାଗରେ ସୂର୍ଯ୍ୟ ପୂରା ଲୁଚି ଯାଇପାରେ । ଉତ୍ତର ଓ ଦକ୍ଷିଣ ଦିଗକୁ ସୂର୍ଯ୍ୟର ଲୁଚିଥିବା ଅଂଶ କମି କମି ଚାଲେ । ସେଠାରୁ ସୂର୍ଯ୍ୟର ଦକ୍ଷିଣ ବା ଉତ୍ତର ମୁଣ୍ତ ଦେଖାଯାଏ ।

ସର୍ବାଧିକ ଗ୍ରାସ ଅବସ୍ଥା ପରେ ଚନ୍ଦ୍ର ପୂର୍ବ ଆଡକୁ ଖସିଚାଲେ । ପଶ୍ଚିମ ପଟରେ ସୂର୍ଯ୍ୟର ଥାଳିଆ ବଢ଼ିଚାଲେ । ଶେଷରେ ଚନ୍ଦ୍ର ସୂର୍ଯ୍ୟକୁ ଟପିଯାଏ ଓ ଗ୍ରହଣ ଶେଷ ହୁଏ । ପୃଥିବୀ ଉପରେ ପରାଗ ପଶ୍ଚିମ ଆଡ଼ୁ ଆରମ୍ଭ ହୁଏ ଓ ପୂର୍ବ ଅଞ୍ଚଳରେ ସରେ । କେନ୍ଦ୍ର ଅଞ୍ଚଳରେ ପରାଗର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରାୟ ୪ ଘଣ୍ଟା ଲାଗିପାରେ । ଅବଶ୍ୟ ଏ ସବୁ ଭିତରେ ସୂର୍ଯ୍ୟ ଆମ ମୁଣ୍ତ ଉପରେ ପଶ୍ଚିମ ଆଡ଼କୁ ଆଗେଇ ଚାଲିଥାଏ ।

ପୂର୍ଣ୍ଣ‌ଗ୍ରାସର ବିଚିତ୍ରତା

ସୂର୍ଯ୍ୟର ପ୍ରଖର ଆଲୁଅ ଉପରେ ଖଣ୍ତଗ୍ରାସ ବିଶେଷ ପ୍ରଭାବ ପକାଏନାହିଁ । ଏପରିକି ପରିଷ୍କାର ଆକାଶରେ ସୂର୍ଯ୍ୟର ଶତକଡ଼ା ୯୮ ଭାଗ ଲୁଚି ଯାଇଥିଲେ ବି ତା'ର ଆଲୁଅ ବିଶେଷ କମ୍ ଜଣା ପଡ଼େନାହିଁ । କିନ୍ତୁ ପୂର୍ଣ୍ଣ ପରାଗ ଅବସ୍ଥାରେ ଅନେକ ସୁନ୍ଦର ଦୃଶ୍ୟ ଦେଖାଯାଏ । ସୂର୍ଯ୍ୟ ଫଳକ ପ୍ରାୟ ଲୁଚିଗଲା ବେଳକୁ ଅତି ସରୁ ଆଲୋକ ଧାରଟିଏ ସୃଷ୍ଟି ହୁଏ । ବାୟୁମଣ୍ତଳରେ ବ୍ୟତୀକରଣ (ଇଣ୍ଟରଫିଅରେନ୍ସ) ପ୍ରଭାବରେ ଏହି ଆଲୋକ