ପୃଷ୍ଠା:Akashare Luchakali.pdf/୩୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଆକାଶରେ ଲୁଚକାଳି
୩୦
 

ଧରଣର ଚଷମା ଦରକାର ହୁଏ । ଦୁଇ ତିନି ପରସ୍ତ ଗାଢ଼ କଳା ଏକ୍ସ-ରେ ଫିଲ୍ମ, ୱେଲଡିଙ୍ଗ ମୁଖାର କଳା କାଚ ବା ଅନ୍ୟ ଧାତବ ଫିଲଟର ଭିତରେ ସୂର୍ଯ୍ୟକୁ ଦେଖିବା ନିରାପଦ । ସୂର୍ଯ୍ୟ ପୁରା ଲୁଚିବା ଅବସ୍ଥାରେ ଖାଲି ଆଖିରେ ଦେଖିହେବ । ଫିଲଟର ଆଦିରେ କିରୀଟ ଦେଖା ଯିବନାହିଁ । କିନ୍ତୁ ସୂର୍ଯ୍ୟ ପୁଣି ବାହାରିବା ବେଳକୁ ଆଖିକୁ ଢାଙ୍କି ନେବା ଜରୁରୀ । ଏ ଦିଗରେ ବିଶେଷ ସାବଧାନ ହେବା ଦରକାର । ଅନ୍ଧାର ବେଳେ ଆମର ଆଖିପୁଅ ଖୋଲି ଯାଇଥିବାରୁ ଅଳ୍ପ ଆଲୋକ ମଧ୍ୟ କ୍ଷତି କରିପାରେ ।


ୱେଲ୍‌ଡ଼ିଙ୍ଗ ମୁଖା କାଚ, କଳା ଏକ୍ସ-ରେ ଫିଲ୍ମ ବା ଧାତବ ଫିଲ୍‌ଟର୍ ଦେଇ ସୂର୍ଯ୍ୟକୁ ଦେଖି ହେବ । ହଳଦୀ ପାଣି, କଳା କାଳି ମିଶା ପାଣି, ଗୋବର ବା କାଦୁଅ ପାଣିରେ ସୂର୍ଯ୍ୟର ପ୍ରତିଫଳନକୁ ମଧ୍ୟ ଆଖିରେ ଦେଖିହେବ । ଏ ସବୁ ଆଖି ନ ଝଲସିଲା ଭଳି ଗାଢ ହେବା ଦରକାର । ଚାଳ ବା ଝରକାର କଣା, ଗହଳ ପତ୍ରର ଫାଙ୍କା ଆଦିରେ ସୂର୍ଯ୍ୟକିରଣ ଆସି ତଳେ ପ୍ରତିବିମ୍ବ ପକାଏ । ପରାଗ ବେଳେ ଏଥିରେ ସୂର୍ଯ୍ୟର ଖଣ୍ଡିଆ ଚିତ୍ର ଦିଶିବ । ଛୋଟ ଦୂରବିକ୍ଷଣ ଯନ୍ତ୍ର ବା ଦର୍ପଣରେ ମଧ୍ୟ ପ୍ରତିବିମ୍ବ ପକାଇ ଦେଖିହେବ ।

ଖଣ୍ଡେ ବଡ କାଗଜରେ ୧ ସେ.ମି ବ୍ୟାସର ଗୋଟିଏ ଗୋଲ କଣା କରିବା । ସାଧାରଣ ଦର୍ପଣ ଖଣ୍ଡେକୁ ଏହି କାଗଜରେ ଢାଙ୍କି ଦେଲେ ତାହା କଣା ଆକାରର ପ୍ରତିଫଳକ ଭାବରେ କାମ କରିବ । ଏଥିରେ ସୂର୍ଯ୍ୟକିରଣକୁ ପ୍ରତିଫଳିତ କରି ଅନ୍ଧାରୁଆ କାନ୍ଥରେ ସୂର୍ଯ୍ୟର ପ୍ରତିବିମ୍ବ ସୃଷ୍ଟି କରି ହେବ । କାନ୍ଥର ଦୂରତାକୁ ନେଇ ପ୍ରତିବିମ୍ବର ଆକାର ଛୋଟ ବଡ ହେବ । ଏହି ଉପାୟରେ ଘର