ପୃଷ୍ଠା:Akashare Luchakali.pdf/୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆକାଶରେ ଲୁଚକାଳି

ତା'ର ଏ ଡର ପଛରେ ଗୋଟିଏ କାରଣ ବି ଥିଲା । ମଝିରେ ମଝିରେ କେଜାଣି କେମିତି ସୂର୍ଯ୍ୟ ଆଉ ପୂନେଇର ରୂପାଥାଳିଆ ଜହ୍ନ ଖଣ୍ଡିଆ ଦିଶୁଥିଲା ବା ପୂରାପୂରି ଉଭେଇ ଯାଉଥିଲା । ସତେ କି ତାଙ୍କୁ କିଏ ଗିଳି ପକାଉଛି । ଏହାକୁ ମଣିଷ କହିଲା ଗ୍ରହଣ ବା ପରାଗ । ଏହାର କାରଣ ସେ ଖୋଜିଲା ଆଉ କେତେ ଉପଚାର ବି ଭାବିଲା । ଆଦିମ ମଣିଷ ତା' ଜ୍ଞାନର ସୀମା ଭିତରେ ଏସବୁ କଲା ।

ପରାଗକୁ ଭୟ

ଆମଦେଶରେ ରାହୁ ଓ କେତୁ ନାଁରେ ଦୁଇଟି ରାକ୍ଷସଙ୍କର କଳ୍ପନା କରାଗଲା । ଏ ଦୁହିଁଙ୍କର ବେକ ତଳକୁ କିଛି ନଥିଲା । ତେଣୁ ସୂର୍ଯ୍ୟ ରନ୍ଦ୍ରଙ୍କୁ ଗିଳିଲେ କ'ଣ ହେବ, ତଣ୍ଟିବାଟେ ସେମାନେ ବାହାରି ଯାଉଥିଲେ । ମେରୁ ଅଞ୍ଚଳର ଲୋକମାନେ ଭାବୁଥିଲେ ଯେ ଗ୍ରହଣ ବେଳେ ସୂର୍ଯ୍ୟ ଚନ୍ଦ୍ର ପୃଥିବୀକୁ ଓହ୍ଲାଇ ଆସୁଛନ୍ତି । ଏଠି ସବୁ ଠିକ ଚାଲିଛି କି ନାହିଁ ତା' ସେମାନେ ଦେଖୁଛନ୍ତି ।

ବାବିଲୋନ ଓ ଚୀନ ଦେଶର ଲୋକମାନେ ଭାବୁଥିଲେ ଯେ ଆକାଶରେ ଗୋଟିଏ ବିରାଟ ଡ୍ରାଗନ ରହିଛି । ସେ ହିଁ ବେଳେ