ପୃଷ୍ଠା:Alankara Bodhodaya.pdf/୧୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଅଳଂକାରବୋଧୋଦୟ
୮୭
 

ଯେ ଦେବଦତ୍ତ କାହିଁ ଯାଉଅଛି, ଏଥରେ ‘ଗ୍ରାମକୁ' ଏହି ପଦ ନଥିବାରୁ ତାହାର ସ୍ପଷ୍ଟଜ୍ଞାନ ନ ହୋଇ ଜ୍ଞାନର ବିରାମ ହେବାରୁ 'ଦେବଦତ୍ତ ଯାଉଅଛି' ଏ ବାକ୍ୟଟି ନିରାକାତ୍ୟକ ହେଲା ଏବଂଚ ଗୌ, ଅଶ୍ୱ, ପୁରୁଷ, ହସ୍ତୀ, ଏହିପରି ଉଚ୍ଚାରଣରେ ବାକ୍ୟତା ହୋଇ ନପାରେ; କାରଣ ଯେଉଁ ହେତୁରୁ ପରସ୍ପରରେ କାହାରି ଆକାଙ୍‌କ୍ଷା କାହାରିଠାରେ ରହୁନାହିଁ ।
ବାକ୍ୟ ମଧରେ ପଦର ବ୍ୟବଧାନ ନ ହୋଇ ବୁଦ୍ଧିର ଅବିଛେଦକୁ ଆସରି ବୋଲି, ଯଥା, “ଦେବଦତ୍ତ ଭୋଜନ କରୁଅଛି', “ପର୍ବତ ବହ୍ନିମାନ୍ ହୋଇଅଛି।"
ଏ ସ୍ଥଳରେ କୌଣସି ପଦ ବ୍ୟବଧାନ ହୋଇ ବୁଦ୍ଧିର ବିଛେଦ ନ ହେବାରୁ ଆସକ୍ତି ରହିଲା ଓ ବାକ୍ୟ ବୋଲି ଗଣ୍ୟ କରାଗଲା ।
ଯଦ୍ୟପି ପର୍ବତ ଭୋଜନ କରୁଅଛି “ବହ୍ନିମାନ୍ ଦେବଦର" ବୋଲି କୁହାଯାଏ ତେବେ ଏସ୍ଥଳରେ ପର୍ବତ ଓ ବହ୍ନି ଏଦୁହିଙ୍କ ମଧରେ “ଭୋଜନ କରୁଅଛି" ପଦ ବ୍ୟବଧାନ ହେବାରୁ ବୁଦ୍ଧିର ବିଛେଦ ହୋଇ ଆସତ୍ତିର ଭଙ୍ଗ ହେଲା । ଏହା ବାକ୍ୟମଧରେ ଗଣ୍ୟ ହେଲାନାହିଁ ।
ଏହିପରି ଯୋଗ୍ୟତା, ଆକାଙ୍‌କ୍ଷା, ଆସଭି ଯୁକ୍ତ ବାକ୍ୟ ସମୂହକୁ ମହାବାକ୍ୟ ବୋଲାଯାଏ । ଅତଏବ ବାକ୍ୟ ଦୁଇ ପ୍ରକାର; ବାକ୍ୟ ଓ ମହାବାକ୍ୟ

ବାକ୍ୟ ଯଥା,
ଦେବଦତ୍ତ କାର୍ଯ୍ୟାର୍ଥୀ ହୋଇ ଅଶ୍ୱଦ୍ୱାରା ଗ୍ରାମକୁ ଯାଉଅଛି ଇତ୍ୟାଦି ।
ମହାବାକ୍ୟ ଯଥା,
ରାମାୟଣ, ମହାଭାରତ, ରଘୁବଂଶାଦି ଏମାନେ ଅନେକ ବାକ୍ୟରେ ସଂଯୁକ୍ତ
ଥିବାରୁ ମହାବାକ୍ୟରେ ଗଣ୍ୟ ହେଲେ ।
ପଦ ଯଥା,

ଅର୍ଥବୋଧକ ବର୍ଣ୍ଣକୁ ପଦ ବୋଲି ।
ଅର୍ଥ ତିନିପ୍ରକାର ଯଥା, ବାଚ୍ୟ, ଲକ୍ଷ୍ୟ ଓ ବ୍ୟଙ୍ଗ୍ୟ,
ଅଭିଧାଶକ୍ତିଦ୍ୱାରା ଯେଉଁ ଅର୍ଥ ଜଣାଯାଏ ତାକୁ ବାଚ୍ୟାର୍ଥ ବୋଲି ।
ଲକ୍ଷଣାଶକ୍ତିଦ୍ୱାରା ଯେଉଁ ଅର୍ଥ ଜଣାଯାଏ ତାକୁ ଲକ୍ଷାର୍ଥ ବୋଲି ।
ବ୍ୟଞ୍ଜନା ବୃତ୍ତିଦ୍ୱାରା ଯେଉଁ ଅର୍ଥ ଜଣାଯାଏ ତାକୁ ବ୍ୟଙ୍ଗ୍ୟାର୍ଥ ବୋଲି ।

ବାଚ୍ୟାର୍ଥ ଯଥା,


ଜଣେ ବୃଦ୍ଧ ଅନ୍ୟ ଏକଜଣ ବୃଦ୍ଧକୁ ଗୌ ଆଣ ବୋଲି କହିବାରୁ ସେ ଗବାନୟନ ବିଷୟରେ ପ୍ରବୃତ୍ତ ହେଲା ଏବଂଚ ଏହିକଥା ଶୁଣୁଥିଲା ଯେଉଁ ବାଳକ, ତାହାର "ଗୌଆଣ" ଏହି ସଂକେତଯୁକ୍ତ ଗୌ, ଶବ୍ଦରୁ ଗଳକମ୍ବଳବନ୍ତପିଣ୍ଡକୁ ଗୌ,