ଅଳଂକାରବୋଧୋଦୟ
ଏହି ଲକ୍ଷଣା ଋଢ଼ିରେ ଆଠ ପ୍ରକାର ଓ ପ୍ରୟୋଜନରେ ବତିଶ ପ୍ରକାର, ଏପରି ଚାଳିଶ ପ୍ରକାର ।
ଏ ପଦରେ ଚାଳିଶ ପ୍ରକାର ଓ ବାକ୍ୟରେ ଚାଳିଶ ପ୍ରକାର ଏପରି ସର୍ବସୁଦ୍ଧା ଅଶୀତି ପ୍ରକାର ହୁଏ ।
ପଦଗତ ଯଥା,
"ଗଙ୍ଗାରେ ଗୋପଗ୍ରାମ' ଇତ୍ୟାଦି ।
ବାକ୍ୟଗତ ଯଥା,
“ଆପଣ ଯେଉଁ ଉପକାର କଲ ତାହା କଣ କହିବା" । ଏ ବାକ୍ୟରେ ଉପକାର ଅର୍ଥ ବୋଧ ନ ହୋଇ ଅପକାରାର୍ଥ ଜଣାଗଲା ।
ଅତଃପର ସମଗ୍ର ଲକ୍ଷଣା ଦୁରୂହ ଓ ଗ୍ରନ୍ଥ ବାହୁଲ୍ୟ ଭୟରୁ ଉଲ୍ଲେଖ ନକଲୁଁ ।
ଅଥ ବ୍ୟଞ୍ଜନା,
ବାଚ୍ୟାର୍ଥ ଲକ୍ଷାର୍ଥ ନିବୃତ୍ତ ହୋଇ ଯେଉଁ ବୃତ୍ତିଦ୍ୱାରା ଅନ୍ୟ ଅର୍ଥ ଶବ୍ଦରେ ଓ ଅର୍ଥରେ ଜଣାଯାଏ ସେହି ବୃତ୍ତି ନାମ ବ୍ୟଞ୍ଜନା ।
ଏହି ବ୍ୟଞ୍ଜନାଦ୍ୱାରା ଯେଉଁ ଯେଉଁ ଅର୍ଥ ଜଣାଯାଏ ତାକୁ ବ୍ୟଙ୍ଗ୍ୟାର୍ଥ କୁହାଯାଏ । ବ୍ୟଞ୍ଜନା ଦୁଇପ୍ରକାର ଯଥା, ଶାବ୍ଦୀ ବ୍ୟଞ୍ଜନା ଓ ଆର୍ଥୀ ବ୍ୟଞ୍ଜନା, ଅର୍ଥାତ୍ ଶବ୍ଦାଶ୍ରୟ ଓ ଅର୍ଥାଶ୍ରୟ ହୋଇ ବ୍ୟଞ୍ଜନା ଦୁଇପ୍ରକାର ହୁଏ ଏବଂଚ ଶବ୍ଦଜନ୍ୟ ଯେଉଁ ବ୍ୟଞ୍ଜନା ସେ ଦୁଇପ୍ରକାର ହୁଏ, ଯଥା, ଅଭିଧାମୂଳା ଶବ୍ଦୀବ୍ୟଞ୍ଜନା ଓ ଲକ୍ଷଣାମୂଳାଶାବ୍ଦୀ ବ୍ୟଞ୍ଜନା ।
ଅଭିଧାମୂଳା ଶାବ୍ଦୀବ୍ୟଞ୍ଜନା ଯଥା,
ସଂଯୋଗାଦିଦ୍ୱାରା ଅନେକାର୍ଥ ଶବ୍ଦରେ ଯାହାଦ୍ୱାରା ଆପଣାର ଉଦ୍ଦେଶ୍ୟାର୍ଥ ଜଣାଯାଏ ତାକୁ ଅଭିଧାମୂଳା ଶାବ୍ଦୀ ବ୍ୟଞ୍ଜନା ବୋଲାଯାଏ । ସଂଯୋଗରୁ ଯଥା, “ହରି ଶଙ୍ଖଚକ୍ର ସହିତ ହୋଇ ଅଛନ୍ତି" ଏ ସ୍ଥଳରେ ଅନେକାର୍ଥ ହରି ଶବ୍ଦରେ ଶଙ୍ଖଚକ୍ରର ସଂଯୋଗ ଥବାରୁ ଇନ୍ଦ୍ରାଦି ଅର୍ଥକୁ ନ ବୁଝାଇ ବକ୍ତାର ଉଦ୍ଦେଶ୍ୟ ବିଷ୍ଣୁ ରୂପାର୍ଥକୁ ବୁଝାଇଲା ।
ବିପ୍ର ଯୋଗରୁ ଯଥା, "ଅଶଙ୍ଖଚକ୍ରହରି" ଏ ସ୍ଥଳରେ ପୂର୍ବରୁ ଶଙ୍ଖଚକ୍ର ଥିବା ହେତୁରୁ ଇଦାନୀଂ” ଶଙ୍ଖଚକ୍ରର ବିଯୋଗରୁ ମଧ୍ୟ ହରି ଶବ୍ଦ, ଅନ୍ୟ ଅର୍ଥ ନ ହୋଇ ବିଷ୍ଣୁରୂପାର୍ଥ ହେଲା ।
ସାହଚର୍ଯ୍ୟରୁ ଯଥା, "ଭୀମୀର୍ଜ୍ଜୁନ" ଏ ସ୍ଥଳରେ ଅର୍ଜ୍ଜୁନ ଶବ୍ଦ ବୃକ୍ଷବାଚି ହୋଇଥିଲେ ମଧ୍ୟ ବୃକ୍ଷକୁ ନ