ପୃଷ୍ଠା:Alankara Bodhodaya.pdf/୧୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବ୍ୟକ୍ତିରୁ ଯଥା,
“ରଥାଙ୍ଗ ଶୋଭା ପାଉଅଛି" ରଥାଙ୍ଗ ଶବ୍ଦ ଯେଉଁ ଲିଙ୍ଗରେ ବ୍ୟକ୍ତ ହେବ ସେହି ପଦାର୍ଥକୁ ବୁଝାଇବ, ଅର୍ଥାତ୍ ପୁଂଲିଙ୍ଗ ହେଲେ ଚକ୍ରବାକ ପକ୍ଷୀକୁ ବୁଝାଇବ । ନପୁଂସକ ଲିଙ୍ଗ ହେଲେ ରଥଚକ୍ରକୁ ବୁଝାଇବ ।

ସ୍ୱରରୁ ଯଥା,


ଏହି ସ୍ୱର ବେଦରେ ବିଶେଷ ବ୍ୟବହାର ହୁଏ, ଏଣୁ ଉଦାହରଣ ଅନାବଶ୍ୟକ ।

ଏହି ସ୍ୱର କାକୁ ହେଲେ ଯଥା,


“ମୁଁ କି ଏହାକୁ ପଢ଼ିପାରିବି ନାହିଁ” ଅତ୍ର କାକୁଦ୍ୱାରା ଜଣାଗଲା ଯେ ଅବଶ୍ୟ ପଢ଼ିପାରିବି ।
ଏହିପରି ମଧ୍ୟ ଅନେକାର୍ଥ ଶବ୍ଦସ୍ଥଳରେ ଅଭିଧାନ‌ଦ୍ୱାରା ଏକ ଅର୍ଥ ଜ୍ଞାତ ହେଲାରୁ ପୁନଶ୍ଚ ଶବ୍ଦ ଯେବେ ଅନ୍ୟ ଅର୍ଥ କହିବାକୁ ସମର୍ଥ ହୁଏ ତାକୁ ଅଭିଧାମୂଳା ବ୍ୟଞ୍ଜନାବୃତ୍ତି ବୋଲାଯାଏ, ଯଥା, <>"ଉମାବଲ୍ଲଭ ଶୋଭିତ ହୋଇଅଛନ୍ତି"</> ।
ଏସ୍ଥଳରେ ଉମାବଲ୍ଲଭ ଶବ୍ଦ ନୃପତି ରୂପାର୍ଥ କହିଲା ଉତ୍ତାରୁ ବ୍ୟଞ୍ଜନାଦ୍ୱାରା ଶିବରୂପାର୍ଥ କହିବାକୁ ସମର୍ଥ ହେବ ।

ଲକ୍ଷଣାମୂଳା ଶାବ୍ଦୀବ୍ୟଞ୍ଜନା,


ଯେଉଁ ପ୍ରୟୋଜନକୁ ଜାଣିବା ପାଇଁ ଲକ୍ଷଣାର ଆଦର ହୁଏ ସେହି ପ୍ରୟୋଜନ ଯେଉଁ ବୃତ୍ତି ଦ୍ୱାରା ଜଣାଯାଏ, ତାକୁ ଲକ୍ଷଣାମୂଳା ଶାବ୍ଦୀ ବ୍ୟଞ୍ଜନା ବୋଲାଯାଏ ଯଥା, “ଗଙ୍ଗାରେ ଗୋପଗ୍ରାମ
ଏଠାରେ ଗଙ୍ଗାଶବ୍ଦରୁ ଜଳପ୍ରବାହ ରୂପାର୍ଥକୁ, ଅଭିଧା ଶକ୍ତି ବୁଝାଇ ନିବୃତ୍ତ ହେଲା ଏବଂ ଲକ୍ଷଣା ତଟାର୍ଥକୁ ବୁଝାଇ ନିବୃତ୍ତ ହେଲା; କେବଳ ଶୀତଳତା ଓ ପବିତ୍ରତାକୁ ଲକ୍ଷଣମୂଳା ବ୍ୟଞ୍ଜନା ବୁଝାଇଲା ।

ଆର୍ଥୀ ବ୍ୟଞ୍ଜନା,


ବକ୍ତା ଓ ବୋଧନୀୟ ଏବଂ ବାକ୍ୟ ଓ ଅନ୍ୟସନ୍ନିଧି ଓ ବାଚ୍ୟ ଓ ପ୍ରସ୍ତାବ, ଦେଶ, କାଳ, କାକୁ, ଚେଷ୍ଟାଦି ଏମାନଙ୍କ ସମ୍ବନ୍ଧରୁ ଯେଉଁ ଶକ୍ତି ଅନ୍ୟ ଅର୍ଥକୁ ବୋଧକରେ ତାକୁ “ଆର୍ଥୀ ବ୍ୟଞ୍ଜନା' ବୋଲାଯାଏ ।
ବକ୍ତ, ବାକ୍ୟ, ପ୍ରସ୍ତାବ, ଦେଶ, କାଳ ଏମାନଙ୍କ ସମ୍ବନ୍ଧରୁ ଯଥା,
ଏକଜଣ ଛାତ୍ରକୁ, ଅନ୍ୟ ଏକଜଣ ଛାତ୍ର କହୁଅଛି, ମହାଶୟ ! ବର୍ତ୍ତମାନ ଫେବୃଏରି ମାସ ହେଲାଣି, ଆମ୍ଭେ ପରୀକ୍ଷା ନଦେଲେ ପିତାଙ୍କର କ୍ରୋଧ ହେବ, ଅନ୍ୟ ଛାତ୍ରମାନେ ତାଙ୍କର ମାଷ୍ଟରଙ୍କଠାରୁ ପ୍ରାୟ ଅଭ୍ୟାସ କଲେଣି, ଆମ୍ଭ ମାଷ୍ଟର ଛୁଟି ନେଇ ଦୂରରେ ଅଛନ୍ତି, ବର୍ତ୍ତମାନ ଆମ୍ଭେ କି କରିବା ? ଏଠାରେ ଛାତ୍ର ବକ୍ତା, ତତ୍କଥିତ