ପୃଷ୍ଠା:Alankara Bodhodaya.pdf/୨୧

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୯୬
ବାସୁଦେବ ଗ୍ରନ୍ଥାବଳୀ
 

ଭାବ, ହାବ, ହେଳା, ଶୋଭା, କାନ୍ତି, ଦୀପ୍ତି, ମାଧୁର୍ଯ୍ୟ, ପ୍ରଗଳ୍‌ଭତା, ଔଦାର୍ଯ୍ୟ, ଧୈର୍ଯ୍ୟ, ଲୀଳା, ବିଳାସ, ବିଚ୍ଛିତ୍ତି, ବିବ୍ୟୋକ, କିଳକିଞ୍ଚିତ, ମୋଟାୟିତ, କୁଟ୍ଟମିତ, ବିଭ୍ରମ, ଲଳିତ, ମଦ, ବିହୃତ, ତପନ, ମୌଗ୍‌ଧ୍ୟ, ବିକ୍ଷେପ, କୁତୂହଳ, ହସିତ, ଚକିତ, କେଳି । ଏଥିମଧ୍ୟରୁ ଭାବାଦିତ୍ରୟକୁ ଅଙ୍ଗଜ ବୋଲାଯାଏ । ଶୋଭାଦି ସପ୍ତକୁ ଅଯତ୍ନଜ ବୋଲାଯାଏ । ବିଶେଷତଃ ଭାବାଦି ଦଶପର୍ଯ୍ୟନ୍ତ ପୁରୁଷମାନଙ୍କର ମଧ୍ୟ ହୁଏ । ଧୀରୋଦ୍ଧତ, ପାପକାରୀ, ବ୍ୟସନୀ ଯେ ତାହାକୁ ପ୍ରତିନାୟକ ବୋଲାଯାଏ । ଯଥା, ରାମଚରିତେ ରାବଣ ।

ଅଥ ଉଦ୍ଦୀପନ,

ଚେଷ୍ଟା, ରୂପ, ଭୂଷଣ, ଦେଶ, କାଳ, ଚନ୍ଦ୍ର, ଚନ୍ଦନ, କୋକିଳାଳାପ, ଭ୍ରମର ଝଙ୍କାରାଦିମାନେ ନାୟକର ରସକୁ ଉଦ୍ଦୀପିତ କରନ୍ତି, ଏଣୁ ଏମାନଙ୍କୁ ଉଦ୍ଦୀପନ ବିଭାବ ବୋଲାଯାଏ । ଯେଉଁ ରସରେ ଯେ ଉଦ୍ଦୀପନ ବିଭାବ ହେବ, ସେ ସେହି ରସର ସ୍ୱରୂପ ବର୍ଣ୍ଣନରେ ଅଗ୍ରେ କୁହାଯିବ ।

ଅଥାନୁଭାବ,

କାବ୍ୟ ନାଟ୍ୟରେ ଆଲମ୍ବନୋବ୍ଦୀପନ ଦ୍ୱାରା ପ୍ରକାଶିତ ରତ୍ୟାଦି ଭାବକୁ ବାହ୍ୟରେ ପ୍ରକାଶକରି କାର୍ଯ୍ୟରୂପରେ ପରିଣତ ଯେ କଟାକ୍ଷାଦି ତାକୁ ଅନୁଭାବ ବୋଲି ।

ସାତ୍ତିକାନୁଭାବ ଯଥା,

ସ୍ତମ୍ଭ, ସ୍ନେଦ, ରୋମାଞ୍ଚ, ସ୍ୱରଭଙ୍ଗ, ବେପଥୁ, ବୈବର୍ଣ୍ଣ, ଅଶ୍ରୁ, ପ୍ରଳୟ ।

ଅଥ ବ୍ୟଭିଚାରୀ,

ରସର ଉଦୟ କାଳରେ ଅଭିମୁଖରେ ସଞ୍ଚାର କରିବାରୁ ନିର୍ବେଦାଦିମାନେ ବ୍ୟଭିଚାରିଭାବ କୁହାଯା'ନ୍ତି । ବ୍ୟଭିଚାରିଭାବ ତେତିଶ ପ୍ରକାର ହୁଅନ୍ତି, ଯଥା, ନିର୍ବେଦ, ଆବେଗ, ଦୈନ୍ୟ, ଶ୍ରମ, ମଦ, ଜଡ଼ତା, ଔଗ୍ର‍୍ୟ, ମୋହ, ବିବୋଧ, ସ୍ୱପ୍ନ, ଅପସ୍ମାର, ଗର୍ବ, ମରଣ, ଅଳସତା, ଅମର୍ଷ, ନିଦ୍ରା, ଅବହିଥ୍‌ଥା, ଔତ୍ସୁକ୍ୟ, ଉନ୍ମାଦ, ଶଙ୍କା, ସ୍ମୃତି, ମତି, ବ୍ୟାଧି, କ୍ରୀଡ଼ା, ସଂତ୍ରାସ, ହର୍ଷ, ଅସୂୟା, ବିଷାଦ, ଧୃତି, ଚପଳତା, ଗ୍ଲାନି, ଚିନ୍ତା, ବିତର୍କ, ଏମାନେ ନବରସମାନଙ୍କରେ ବ୍ୟଭିଚାରୀ ହୁଅନ୍ତି, ଏବଂ ରତ୍ୟାଦିମାନେ ଶୃଙ୍ଗାରାଦିରେ ସ୍ଥାୟୀ ଭାବ ହୁଅନ୍ତି, ଅନ୍ୟ ବୀରାଦି ରସରେ ବ୍ୟଭିଚାରୀ ହୁଅନ୍ତି ଯଥା, ଶୃଙ୍ଗାରରେ ହାସ, ବୀରରସରେ ହାସ ଓ କ୍ରୋଧ, ଶାନ୍ତି ରସରେ ଜୁଗୁପ୍‌ସା ଇତ୍ୟାଦି ।