ପୃଷ୍ଠା:Alankara Bodhodaya.pdf/୨୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୯୮
ବାସୁଦେବ ଗ୍ରନ୍ଥାବଳୀ
 

ମଧ୍ୟମମାନଙ୍କର - ବିହସିତ ଓ ଅବହସିତ ।
ଅଧମମାନଙ୍କର - ଅପହସିତ ଓ ଅତିହସିତ ।

ଏମାନଙ୍କର ଲକ୍ଷଣ ଯଥା,


ସ୍ମିତ - ନେତ୍ରର ଅଳ୍ପ ବିକାଶ ଓ ଅଧରର କିଞ୍ଚିତ୍ ସ୍ଫୁରଣ ।
ହସିତ - ଉକ୍ତ ସ୍ମିତରେ କିଞ୍ଚିଦ୍ଦନ୍ତ ଦର୍ଶନ ।
ବିହସିତ - ହାସରେ ମଧୁର ସ୍ୱର ଉତ୍ପତ୍ତି ।
ଅବହସିତ - ଶିରଃସ୍କନ୍ଧ କମ୍ପନ ସହିତ ହାସ ।
ଅପହସିତ - ନେତ୍ରରୁ ଲୋତକ ବହିବା ପର୍ଯ୍ୟନ୍ତ ହାସ ।
ଅତିହସିତ - ଅଙ୍ଗ ବିକ୍ଷେପ ସହିତ ହାସ ।

ଅଥ କରୁଣ,


ସ୍ଥାୟିଭାବ - ଶୋକ ।
ଆଲମ୍ବନ - ଶୋଚନୀୟ ବ୍ୟକ୍ତି ।
ଉଦ୍ଦୀପନ - ଶୋଚନୀୟ ବ୍ୟକ୍ତି ଓ ଶୋକକରିବା ବ୍ୟକ୍ତିର ଚେଷ୍ଟା ।
ଅନୁଭାବ – ଦୈବନିନ୍ଦା, ଭୂମିପତନ, କ୍ରନ୍ଦିତ ଇତ୍ୟାଦି ।
ବ୍ୟଭିଚାରୀ - ବୈବର୍ଣ୍ଣ୍ୟ, ଦୀର୍ଘଶ୍ୱାସ, ଉର୍ଦ୍ଧ୍ୱଶ୍ୱସିତ, ସ୍ତମ୍ଭ, ପ୍ରଳପନ, ନିର୍ବେଦ, ମୋହ , ଅପସ୍ମାର, ବ୍ୟାଧି, ଗ୍ଳାନି, ସୃତି, ଶ୍ରମ, ବିଷାଦ, ଜଡ଼ତା, ଉନ୍ମାଦ, ଚିନ୍ତା ଇତ୍ୟାଦି । ଏ ରସର ଶୋକ ସ୍ଥାୟିଭାବ ହେବାରୁ କରୁଣ; ବିପ୍ରଲମ୍ଭରୁ ଭେଦ ହେଲା କାରଣ ବିପ୍ରଲମ୍ଭରେ ରତି ସ୍ଥାୟିଭାବ ।

ଅଥ ରୌଦ୍ର,


ସ୍ଥାୟିଭାବ - କ୍ରୋଧ ।
ଆଲମ୍ବନ - ଶତ୍ରୁ ପ୍ରଭୃତି ।
ଉଦ୍ଦୀପନ - ଶତ୍ରୁ ଚେଷ୍ଟାଦି ( ମୁଷ୍ଟି ପ୍ରହାର, ପତନ, ମୁଖବିକୃତ, ଛେଦନ, ବିଦାରଣ, ସଂଗ୍ରାମ ଇତ୍ୟାଦି) ।
ଅନୁଭାବ - ଭ୍ରୂବିକ୍ଷେପ, ଓଷ୍ଠନିଦର୍ଶନ, ବାହୁସ୍ଫୋଟନ, ତର୍ଜନ, ଆତ୍ମଶ୍ଳାଘାକଥନ, ଆୟୁଧୋକ୍ଷେପଣ ଇତ୍ୟାଦି ।
ବ୍ୟଭିଚାରୀ - ଉଗ୍ରତା, ଆବେଗ (ତ୍ୱରା), ରୋମାଞ୍ଚ, ଖେଦ, ବେପଥୁ, ମଦ, ମୋହ , ଅମର୍ଷ (ଉତ୍କଟାପକାର ବାଞ୍ଛା) ଇତ୍ୟାଦି । ଏ ରସରେ ମୁଖ ନେତ୍ରର ରକ୍ତତା ହେତୁରୁ ଯୁଦ୍ଧ ବୀରରୁ ଭେଦ ହୁଏ, କାରଣ ଯୁଦ୍ଧ ବୀରରେ ମୁଖ ନେତ୍ରରେ ରକ୍ତତା ବର୍ଣ୍ଣନ ନାହିଁ ।

ଅଥ ବୀର,