ପୃଷ୍ଠା:Alankara Bodhodaya.pdf/୩୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଅଳଂକାରବୋଧୋଦୟ

ବୀରରସ ବର୍ଣ୍ଣନକାଳରେ ଶୃଙ୍ଗୀରରସ ବିରୋଧୀ ହେବାରୁ ଦ୍ବିତୀୟ ଅର୍ଥ ଅମତ ହେଲା । ପ୍ରିସିନ୍ଧିତବ୍ଯାଗ - ଯଥା, କଳଶାରୀଗେ ଦେଖ ମେଘ ଘୋରର ନ କରୁଅଛି। ଆଜ, ବିରହୀ ପ୍ରାଣ ନେବାକୁ ହେଉଛି କି ସଜ ? ଅତ୍ର ରବ, ମେଘ’ରେ ଅପ୍ରସିଦ୍ଧ, ମଣ୍ଡୁକାଦିରେ ପ୍ରସିଦ୍ଧ ।” ଅସ୍ଥାନପଦତା - ଯଥା, କବିତାବଳୀ ପୃ୧୮ଷ୍ଟା ଯାବତ ଦେହରେ ବହେ ପ୍ରାଣବାୟୁ ଶୁରେ ! ନ ବିମୁଖ ହୁଅ ସମରେ । ଅଦ୍ର ନଞ୍ଜ ପଦ ହୁଅ କ୍ରିୟାର ପୂର୍ବରେ ରହିବାର ଉଚିତ; ତାହା ନ ହୋଇ ବିମୁଖ ପଦର ପୂର୍ବରେ ରହିବାରୁ ଅସ୍ଥାନରେ ରହିଲା । ସଂକୀର୍ଣ୍ଣତ୍ବ - ଯଥା, କଳଶା ରାଗେ ଚନ୍ଦ୍ରକୁ ଛାଡ଼ ମାନକୁ ଦେଖରେ ଶୋଭାଙ୍ଗି ! ଅତ୍ର ଚନ୍ଦ୍ରକୁ ଦେଖ, ମାନକୁ ଛାଡ଼ ବୋଲି ଅଲେ ସଂକୀର୍ଣ୍ଣ ହୋଇ ନ ଥାନ୍ତା । ସନ୍ଧିରେ ଅଶ୍ବଳ - ଯଥା, କଳଶା ରାଗେ ସିଂହାଣି ରଖିବା ଯେବେ ସୁଦୃଢ଼ ପଞ୍ଜରେ, ଭୟ ନ ଲିଭିବେ ତହୁଁ କି ମନ୍ତ୍ର କୁଞ୍ଜରେ ! ଅତ୍ର ସିଂହ-ଆଣି ରଖିବା ବୋଲିଥୁଲେ ଜୁଗୁପ୍ସା, ଅଶ୍ବଳ ହୋଇ ନଥାନ୍ତା । ପତତ୍ ପ୍ରକର୍ଷତା - ଯଥା, କ: ବ; ପୂ୨୩ଷ୍ଟା ଘୋର ଘର୍ଘର ଘୋଷେ ପୂରି କାନନ, ଚଳିଲା ହାହା ରବେ ଯେହେତୁଃ ସମ୍ପନ୍ଦନ । ଅତ୍ର ପ୍ରଥମ ପାଦରେ ଅନୁପ୍ରାସରେ ଯେପରି ପ୍ରକର୍ଷ ଅଲା, ଦ୍ବିତୀୟ ପାଦରେ ସେପରି ନହୋଇ ଶୋଭାର ପତନ ହେଲା ! ସନ୍ଧି ବିଶ୍ଳେଷତା - ଯଥା, ଦଳିତେ ଉପୁଜେ । ଏତେ ଅତ୍ର ସନ୍ଧିର ବିଶ୍ଳେଷ, କିନ୍ତୁ ଏକବାର ସନ୍ଧି ବିଶ୍ଳେଷରେ ତାଦୃଶ ଦୋଷ ହେବ ନାହିଁ, ତଥାପି ସୂତ୍ରାନୁଶାସନକୁ ଲୀ’ଘନ କରି ବୃତ୍ତ ଭଙ୍ଗ ଭୟରେ ଏକବାର ସନ୍ଧିବିଶେଷ କଲେ ମଧ୍ୟ ଦୋଷ ହୁଏ । * ମଞ୍ଜରାଦିଷ୍ମ ରଣିତ ପ୍ରାୟ' ପକ୍ଷିଷୁବ କୂଜିତ ପ୍ରଭୃତି । ସ୍ତନିତ ମଣିତାଦି ସୁରତେ ମେଘାଦିଷୁ ଗର୍ଜିତ ପ୍ରମୁଖଂ ।